Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Inspirational

4  

Kalyani Nanda

Inspirational

ମାଟି ଦୀପ

ମାଟି ଦୀପ

1 min
361


      ଦୀପାବଳୀର ଧୂମାଭ ଆକାଶ,

      ତମସାଚ୍ଛନ୍ନ ଅମାବାସ୍ୟାର ଅନ୍ଧକାର,

      କିଛି କୃତ୍ରିମ ଆଲୋକ ସଜ୍ଜା,

      ‌ କିଛି ମାଟି ଦୀପରେ, ଶିରାଳ ହାତ ସମ,

‌‌      କ୍ଷୀଣ ଆଲୋକ ରେଖା,

      ପବନର ଗତି ରେ ଦୋଳାୟମାନ,

      ଦୀପତେଲ ସହ ବନ୍ଧୁତାର ଦାମ୍ଭିକ ଆସରା,

      କିଛି ଆଲୋକ ବିତରଣ କରିପାରିବାର ବିଶ୍ବାସ,

 ‌ ‌     ଆବହମାନ କାଳରୁ ଚାଲିଆସୁଥିବା,

      ଧର୍ମ, ସଂସ୍କୃତି ର ଡୋରକୁ ଜାବୁଡ଼ି ଧରି,

      ନୁଆଁଣିଆ ଚାଳ ଘର ଆଲୋକରେ,

      ଆଲୋକିତ କରିବାର ଆକାଂକ୍ଷା,

‌‌      ମାଁ କୋଳର ଶିଶୁ ମୁଖେ ହସ ଫୁଟାଇବାର ,

       ମାଟି ଦୀପର ଏକ ଛୋଟ ପ୍ରୟାସ,

       ଦୀପାବଳୀର ଧୂମାଭ ଆକାଶକୁ ସ୍ପଷ୍ଟ କରୁଥାଏ।

       ଅନୁଢା କିଶୋରୀର ମାଟି ଦୀପର ଡାଲା,

       ଧୀରେ ଧୀରେ ଖାଲି ହେଉଥାଏ,

       ଏକ ନବ ଦିପାବଳୀ ର ଆୟୋଜନରେ,

       ତା ଶୁଖିଲା ଓଠ,ବତୁରା ଆଖିରେ ,

       ଏକ ଅପେକ୍ଷା ରତ ଖୁସିର ଆବେଗରେ,

       ଆହୁରି ଆହୁରି ଆଲୋକ ରେ ଚମକି ଉଠୁଥାଏ।

       

       

       



Rate this content
Log in

Similar oriya poem from Inspirational