ମୁଣ୍ଡା ଜନ ନାୟକ ବିର୍ସା ମୁଣ୍ଡା
ମୁଣ୍ଡା ଜନ ନାୟକ ବିର୍ସା ମୁଣ୍ଡା
ଝାଡ଼ଖଣ୍ଡ ର ସେ ଜନ ନାୟକ,
ମୁଣ୍ଡା ଜନଜାତି, ସେନା ନାୟକ,
ସ୍ଵାଭିମାନୀ, ସଂଗ୍ରାମୀ,
ନିର୍ଭୟ, ପରାକ୍ରମୀ,
ଜାଳିଥିଲ ତୁମେ ମୁକ୍ତି ମଶାଲ ।
ମାତୃଭୂମି, ସ୍ବ ଜାତି ର ସମ୍ମାନ,
ଜଳ,ବନ ପାଇଁ ଉଲୁଗୁଲାନ,
ସ୍ବାଧୀନତା ସଂଗ୍ରାମୀ,
ଶୂରବୀର, ସାହସୀ,
ଭାରତ ମାତାର ଯୋଗ୍ୟ ସନ୍ତାନ।
ମୁଣ୍ଡା ଜନଜାତିର ଭଗବାନ,
ନିଜ ଜାତି, ମାଁ ମାଟିର ଉତ୍ଥାନ,
ସ୍ବାଧୀନତା ର ବହ୍ନି,
ସର୍ବଦା ହୃଦେ ଜାଳି,
ଦେଇଥିଲ ଯେ ମୁକ୍ତି ର ଆହ୍ବାନ ।
ମାଁ ମାଟି,ସ୍ଵୀୟ ଜାତିର ସମ୍ମାନ,
ସ୍ବାଧୀନତା ପଥ କଲ ବରଣ,
ପ୍ରବଳ ପରାକ୍ରମୀ,
ସ୍ୱତନ୍ତ୍ରତା ସେନାନୀ,
ହେ ବିର୍ସା ମୁଣ୍ଡା,ଶତ ଶତ ନମନ।