STORYMIRROR

Kalyani Nanda

Classics

4  

Kalyani Nanda

Classics

ହେବି ମୁଁ ଦେବଦାସୀ

ହେବି ମୁଁ ଦେବଦାସୀ

1 min
418

      


 ରାତି ହେଲାଣି ପରା ପ୍ରଭୁ ଦୁଇ ପ୍ରହର,

       ବେଶ ସଜ ହେଲଣି ମଣିମା, ବଡ଼ସିଂହାର,

     ମଲ୍ଲୀଫୁଲ ଗଜରାର ଛୁଟେ ମହ ମହ ବାସ,

       ଗଳାରେ ତୁଳସୀ,ଦୟଣା ର ଯେ ବାସ,

     ନିଦ ଆସୁ ନାହିଁ କି ତୁମ ଆଖିରେ ହେ ପୀତବାସ।।


      ମନେ ପଡୁଛି କି ଲୀଳାଖେଳ ଗୋପପୁର ର ?

        ଯଶୋଦା ମାତାଙ୍କ ଯେ ଗେଲ,ଆଦର

      ଅବା ମନେ ପଡୁଅଛି କି କଦମ୍ବମୂଳ,କୁଞ୍ଜବନ ?

        ଭାବୁଛ କି ରାଧା ରାଣୀର ଅଭିମାନ?

     ରାଧା ଗୋରୀ ଠାରେ କି ପ୍ରଭୁ ହଜିଛି କି ତୁମ ମନ?


       ହେବି ମୁଁ ଯେ ତୁମ ଦେବଦାସୀ,

         ପାଦରେ ମୁଁ ଆଜି ଘୁଙ୍ଗୁର ବାନ୍ଧିବି,

       ବେଶ ହୋଇ,ପାଟ ପତନୀ ପିନ୍ଧିବି,

         ତୁମ ପାଇଁ ମଥାରେ ସିନ୍ଦୂର ଲଗାଇ,

      ତୁମ ଆଗେ ଛନ୍ଦ ତୋଳି ସାରା ରାତି ମୁଁ ନାଚୁଥିବି।।


       ଗୀତଗୋବିନ୍ଦ ଶୁଣିବାକୁ ଥାଏ ତୁମର ମନ,

         ଗୀତଗୋବିନ୍ଦ ପଦ କରିବି ମୁଁ ଗାୟନ,

       ଶୁଣୁଥିବ ମୃଦଙ୍ଗ,ଗିନି, ଖଞ୍ଜଣୀ ବାଦନ,

         ସାରା ରାତି ତୁମ ଆଗେ କରିବି ମୁଁ ନର୍ତ୍ତନ,

      ମୋହ ମାୟା ଛାଡି ପ୍ରଭୁ କରୁଥିବି ତୁମ ନାମ କୀର୍ତ୍ତନ।।


        ଦେଖି ତୁମ ରୂପ ପ୍ରଭୁ ଭୁଲିବି ମୋ ଦୁଃଖ,

           ଲୋଡା ନାହିଁ ପ୍ରଭୁ ମୋର ଆଉ କିଛି ସୁଖ,

        ଦେଖୁଥିବି ତୁମ ଚକା ନୟନ,ଥାଇ ନୀଳକନ୍ଦର,

           ପାଦ ରେ ବାନ୍ଧିଲି ମୋହର ଯେ ଘୁଙ୍ଗୁର,

    ତୁମ ପାଶେ ପ୍ରଭୁ, ଦେବଦାସୀ ହେବି,ମୋ କଳା.

ଠାକୁର।।

        

      


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics