STORYMIRROR

Kalyani Nanda

Others

3  

Kalyani Nanda

Others

ସଂସ୍କୃତିର ମନକଥା

ସଂସ୍କୃତିର ମନକଥା

1 min
189


     ମୁଁ ସଂସ୍କୃତି,

       ମୁଁ ଗୀତା,ଭାଗବତର ପୂଣ୍ୟ ଭୂମି,

       ପ୍ରାଚୀନ ଭାରତ ସଭ୍ୟତା ର ସଂସ୍କୃତି,

       ବୈଦିକ ଯୁଗରୁ ଧର୍ମ,ପରମ୍ପରା ସାଥେ,

       ମୁଁ ବି ବଢ଼ିଚାଲିଛି ସମୟର ସାଥେ ସାଥେ।।

    ମୁଁ ସଂସ୍କୃତି,

        ସମୟ ସାଥେ ସାଥେ ମୁଁ ବି ବଢୁଛି,

        ସମୟ ସାଥେ ମଣିଷ ବି ବଢ଼ିଚାଲିଛି,

        ବଦଳି ଚାଲିଛି ଯୁଗ ସମୟର ଗତିରେ,

        ବେଦ,ପୁରାଣ ଯୁଗ ରହିଗଲାଣି ପଛରେ।।

    ମୁଁ ସଂସ୍କୃତି,

 ‌       ପୁରାତନକୁ ଏବେ ବି ଜାବୁଡି ଧରିଛି,

        ପରମ୍ପରାର ରୁଗ୍ଣ, କମ୍ପିତ ହାତ ଧରି,

        ଅତୀତ ର ପରଶ କି ମୁଁ ଭୁଲିପାରେ?

        ଧର୍ମ,ପରମ୍ପରାର ସ୍ପର୍ଶ ଜୀବିତ ମୋ ଅନ୍ତରେ।।

    ମୁଁ ସଂସ୍କୃତି,

        କୁମାର ପୂର୍ଣ୍ଣିମା ର ଚନ୍ଦ୍ର ପୂଜା ପାଏ ଆଜି,

        ଆଜି ମଣିଷ ଚନ୍ଦ୍ରମା ରେ ପାଦ ରଖିଛି ,

        ବଦଳିଛି ଯୁଗ ପରେ ଯୁଗ ସମୟ ସାଥିରେ,

        ହେଲେ ମୁଁ ଆଜି ବି ଜୀବିତ ଧର୍ମ,ପରମ୍ପରାରେ।।

   ମୁଁ ସଂସ୍କୃତି,

         ଯୁଗ ସାଥେ ମୁଁ ବି କିଛି ବଦଳି ଯାଇଛି,

         ମଣିଷ ଏବେ ବି ମୋ ସାଥେସାଥେ ବଞ୍ଚିଛି,

         ତଥାପି ମୁଁ ସଂସ୍କୃତି, ପୁରାତନକୁ ଝୁରୁ ଥାଏ,

         ଆକୁଳ ହୃଦୟ ମୋର ରହି ରହି ବିଳାପ

କରେ।।

         

         

         

         


        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍