STORYMIRROR

Kalyani Nanda

Romance Tragedy Classics

3  

Kalyani Nanda

Romance Tragedy Classics

ଝୁଲି ଝୁଲି ଆସେ କାଳିଆ ସୁନା

ଝୁଲି ଝୁଲି ଆସେ କାଳିଆ ସୁନା

1 min
34

            

        ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

         ନୀଳଚକ୍ରେ ଫରଫର ଉଡଇ ଯେ ବାନା,

         ଆଜି ପରା ହେଉଛି ତା ଘୋଷ ଯାତରା,

         ରତ୍ନ ସିଂହାସନ ଛାଡି, କାଳିଆ ବଡ଼ଦାଣ୍ଡେ ହୋଇବ ଉଭା।


         ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

         ଗଳାରେ ଶୋଭା ପାଉଛି ତୁଳସୀ ଦୟଣା,

         ମଥାରେ ଲାଗି ହୋଇଛି ସୁନ୍ଦର ଟାହିଆ,

         ପହଣ୍ଡି ବିଜେ ହୋଇ, ଆସୁଛି ଜଗା, ଝୁଲୁଛି ତା ଟାହିଆ।


         ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

         ତା ଚକା ଆଖିକୁ ସଙ୍ଗାତ ଟିକିଏ ଅନା,

         ଭକତ ନିମନ୍ତେ ଦେଉଳୁ ବାହାରିଛି ଜଗା,

         ଭକତ ନାଚନ୍ତି ତା ସାଥେ,ଝୁଲୁଛି ଖୁସିରେ ଜଗା କାଳିଆ।


         ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

         କିଏ ବା ଜାଣେ ଛଳିଆ ଠାକୁରର ଛଳନା,

         ରଥ ଗଡୁଛି,ପଥ ଦେଖୁଛି ଜଗାର ଲୀଳା ଖେଳା,

         ଚକାନୟନ ଆସିବା ପଥକୁ ଅନାଇଛନ୍ତି ଆକୁଳେ ରାଣୀ ଗୁଣ୍ଡିଚା ।


          ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

          ଭକ୍ତ ଅନ୍ତର କଥା ସବୁ କି ତାକୁ ଅଜଣା ,

          ଭକ୍ତର ସେ ଭଗବାନ,ସେ ପରା ମନମୋହନା,

          ମାଉସୀ ଘର ଯିବା, ପୋଡପିଠା ଖାଇବା, ସବୁ ପରା ତା ବାହାନା।


          ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା,

          ଦେଖନ୍ତି ଭକତେ,ନନ୍ଦିଘୋଷେ ଉଡଇ ବାନା,

          ଶଙ୍ଖ,ଘଣ୍ଟ,କରତାଳ ଧ୍ବନିରେ କମ୍ପୁଛି ଧରା,

          ଘୋଷଯାତେ ବଡ଼ଦାଣ୍ଡେ ଭାଇ,ଭଉଣୀ ସାଥେ ବାହାରିଛି ଜଗା ।


          

          

          

   

          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance