STORYMIRROR

Binodini Dash

Inspirational

4  

Binodini Dash

Inspirational

ଭୁଲ୍ ବୁଝିବାନି ସାଥୀକୁ କେବେ

ଭୁଲ୍ ବୁଝିବାନି ସାଥୀକୁ କେବେ

1 min
362


ଏକାନ୍ତ ଜୀବନ ନିସଙ୍ଗ ସମାନ

ମିଳେ କି ଜୀବନ ସୁଆଦ 

ଥିଲେ ସାଥୀ ପାଖେ ସୁଖେ ଅବା ଦୁଃଖେ

ଭରିଦେବ ସିନା ଆନନ୍ଦ 

ଦୁଃଖ, ବିଷାଦ

ନଥିବ କାହାର ମନରେ

ପ୍ରୀତି ବୋଳାବୋଳି ସମ୍ପର୍କକୁ ଚାଳି

ଚଳୁଥିବା ନିତି ସୁଖରେ ।


ଭଲ ସାଥିଟିଏ ମନ ବୁଝିଥାଏ

ବିପଦେ ସଖା ସମ ରହି

ଆଶ୍ବାସନା ବାଣୀ ହୃଦ-କ୍ଷେତେ ବୁଣି

ବିଶ୍ବାସ ଭରସାର ମଇ

ଦେଇ ଚାଲଇ

ସମାନ ନହେଲା ପର୍ଯ୍ୟନ୍ତ

ମୁଖାମୃତ ଝର ଆହା କି ମଧୁର 

ଶୁଷ୍କ ମନ ଶାନ୍ତ ତୃପତ ।


ସମୟ ଚକରେ ଖିଆଲି ମନରେ 

କଷ୍ଟ ଦିଏ କିଏ ଆନରେ

ତାହାକୁ ନଧରି କ୍ଷମାକୁ ଆଚରି

ସହିଯିବା ବଡ଼ପଣରେ

ତେବେ ସମ୍ପର୍କେ

ନ ହୋଇବ କେବେ ବି ଫାଟ

ବାନ୍ଧି ପାରି ହିଆ ଦୃଢେ ହୋଇ ଠିଆ

ରଖି ପାରିବା ମନ ତୁଷ୍ଟ ।


ଆପଣାର ଯିଏ ତ୍ରୁଟି ଦେଖି ସିଏ

କହଇ ପଦିଏ ଚେତାଇ

ସେକଥାକୁ ଯେବେ ମନ ଭୁଲ୍ ଭାବେ

ସତଠାରୁ ଯିବା ଦୂରେଇ

ସେଥିପାଇଁ କି

ଭୁଲ ବୁଝିବାନି ସାଥୀକୁ 

ଗୁରୁ ବାକ୍ୟ ମାନି ହେବା ମନେ ଧନୀ

ସୁଧାରିଲେ ସିନା ନିଜକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational