ମୁଁ ଓଡ଼ିଆ
ମୁଁ ଓଡ଼ିଆ
ତୋରି ପାଣି, ପବନ ଓ ମାଟିରେ
ଏ ଶରୀର ମୋର ଗଢା
ତୋରି ନିର୍ମିତ ବିଦ୍ୟାଳୟରେ
ସାରିଛି ମୁଁ ମୋ ପଢ଼ା । ୧
ତୁ ଦେଇଥିବା ସଂସ୍କାର ନେଇ
ବୁଲୁଛି ଦେଶ ବିଦେଶ
ଧୀରେ ଧୀରେ ଭୁଲି ଯାଉଛି
ମୁଁ ଓଡିଶା ମାଟିର ଭେଷ । ୨
ଲାଗୁଛି ଦୁଃଖ, ଭାବୁଛି ଯେବେ
ରହି ପାରୁନି ବୋଲି ଓଡିଶା ରେ
ଅନ୍ୟ ରାଜ୍ୟର ଲୋକଙ୍କୁ ଦେଖି
ଜଳୁଥାଏ ମୁଁ ଇର୍ଷା ରେ । ୩
ଏତେ ପ୍ରାଚୀନ ହୋଇ ଭି ତୁ
ରଖି ପାରୁନୁ ତୋ ଛୁଆ କୁ ତୋ ପାଖରେ
କଣ ହେବ ଏତେ ମାଟି ତଳ ଧନ ଥାଇ
ଯେବେ ତୋ ଛୁଆ ଲୋଟୁଛନ୍ତି
ବାରଦାଣ୍ଡ ଶୁଣ୍ଡି ପିଣ୍ଡାରେ । ୪
ଧୀରେ ଧୀରେ ହଜି ଗଲାଣି
ସ୍ୱାଭିମାନ ଓ ଅଭିମାନ
ଆଉ ଓଡ଼ିଆ ବାସି ଶିଖି ଗଲେଣି
କଳା, ଆପଣେଇବାର ଅପମାନ । ୫
ମୁଁ ଓଡ଼ିଆ ମୁଁ ଓଡ଼ିଆ କହି
କାନ୍ଦି ପକାଏ ମନ ଭିତରେ
ଦୁନିଆ କୁ ଦେଖେଇବାକୁ
ଲେଖୁଥାଏ, ଓଡ଼ିଆ ବୋଲି ମୁଁ ଗରବରେ । ୬
