STORYMIRROR

Kabiratna Nutan Kumar Behera

Inspirational

4  

Kabiratna Nutan Kumar Behera

Inspirational

ପାଞ୍ଚ ଆଙ୍ଗୁଳି ନ ହୋଇ ବି ସମ

ପାଞ୍ଚ ଆଙ୍ଗୁଳି ନ ହୋଇ ବି ସମ

1 min
260

ହାତ ପାପୁଲିରେ ପାଞ୍ଚ ଆଙ୍ଗୁଳି

    କେହି କାହା ସାଥେ ନୁହଁଇ ସମ 

ଏକ ପରେ ଏକ କ୍ରମରେ ରହି

     ମିଳି ମିଶି ସବୁ କରନ୍ତି କାମ।


ଏକାଠି ସଭିଏଁ ଥିଲେ ବି ରହି

     ଯିଏ ଯାହାର ଥାଆନ୍ତି ସ୍ୱତନ୍ତ୍ର 

ପରସ୍ପର ମଧ୍ୟେ ରଖି ଏକତା

     ବଜାଇ ରଖନ୍ତି ନିଜ ଚରିତ୍ର।


ବୁଢା ବିଶି ମଝି ତର୍ଜମା କାନି

   ପାଞ୍ଚ ନାମରେ ପାଞ୍ଚୋଟି ଆଙ୍ଗୁଳି 

ସହମତରେ ଥାଏ ବୁଝାମଣା

   କରନ୍ତି ନାହିଁ କେହି କେବେ କଳି।


ମିଶିଲେ ସବୁରି ବଳ ଏକାଠି

    ହୁଏ ମୁଠା ମୁକା ବିଧା ଚାପୁଡା଼ 

ମନ ମିଶାଇ କାମରେ ଲାଗିଲେ

    ସଜାଡି଼ ଦିଅନ୍ତି ଯା' ଅସଜଡା଼।


ବୁଢା ବିଶି ସାଥେ ଦିଏ ଚିମୁଟି

    ମଝି ସାଥେ ମିଶି ମାରେ ଚୁଟୁକି 

ଏକା ହୁଏ ସାକ୍ଷୀ ମାରି ସେ ଟିପ

    ଟିପା ଲଗାଏ ମଝିଟି ଏକାକୀ।


କୁଣ୍ଡାଇ ହୁଅନ୍ତି ସଭିଏଁ ମିଶି

    ଆମ୍ପୁଡା ଦାବୁଡା ଯା' କରାମତି 

ବିପଦ ପଡି଼ଲେ ଜୁଝି ସାଙ୍ଗରେ

    ଦେହକୁ ରଖନ୍ତି ଭଲେ ସାଇତି।


ନହୋଇ ସବୁ ସମାନ ସମାନ

     ପାପୁଲି ଦିଶଇ ଭାର ସୁନ୍ଦର 

ଏକତା ବଳେ ଯୋଗାଇ ଦିଅନ୍ତି

   ଖୋଜୁଥାଏ ଯାହା ନିଜ ଶରୀର।


ପାଞ୍ଚ ଆଙ୍ଗୁଳି ନହେଲେ ବି ସମ

    କେହି କାହାକୁ ଭାବନ୍ତିନି ସାନ 

ସହମତ ସହଯୋଗେ ସଭିଏଁ

     ରଖିଥାନ୍ତି ନିଜ ନିଜର ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational