STORYMIRROR

Mrutyunjay Das

Inspirational Others

4  

Mrutyunjay Das

Inspirational Others

ମୁଁ ରତ୍ନ ଦୁହିତା କନ୍ୟା

ମୁଁ ରତ୍ନ ଦୁହିତା କନ୍ୟା

1 min
315


ସନ୍ତତି ସମ୍ପତ୍ତି....ମୁଁ କନ୍ୟା

ହୀତା ଦୁଇକୂଳକୁ ଦୁହିତା

ମାଆର ଆଖିଲୁହ ଆଉ ଆନ୍ତରିକ ବ୍ୟଥା

ମୋ ମାଆ କହେ ଝିଅଲୋ

ତୁ ଝିଅ ନୁହଁ ଖଦ୍ୟୋତିକା

ଦିନ ସାରା ନିଜେ ଜଳିବୁ ଆଉ

ରାତ୍ରିର ଚନ୍ଦ୍ରିକା ସାଜିବୁ

ଆଜି କୁଆଁ ରାବ ଦେଇଛୁ ମୋ କୋଳେ

ଦୁଇ କୁଳ ଉଦ୍ଧାର କରିବୁ

ଜୀବନ୍ତେ ଆମକୁ ବାଢ଼ିବୁ

ଆଉ ଶ୍ୱଶୁର ଘରେ ମରଣତ୍ତର

ପିଣ୍ଡ ବାଢ଼ିବୁ ପାଇ ଦଣ୍ଡ l


ଆଜି କିନ୍ତୁ ସେ ସଂସ୍କାର ନାହିଁ

କନ୍ୟା ଭୃଣ ହତ୍ୟା ପାଇଁ କେତେ ନିର୍ଯ୍ୟାତନା

କନ୍ୟା ଲକ୍ଷ୍ମୀ, କନ୍ୟାଗ୍ନୀ, କନ୍ୟା ପ୍ରୀତି

କନ୍ୟା ନିସ୍ଵାର୍ଥୀ, କନ୍ୟା ସ୍ନେହ ବାପାର ଗେହ୍ଲି ଝୁଅ

ସତେ ଯେମିତି ରଙ୍ଗଣୀ ଫୁଲ

ସୁରୁଜ ଉଇଲେ ସାତ ରଙ୍ଗ ଆଉ

ସଞ୍ଜ ଚାନ୍ଦ ଦେଖିବା ଯା ପାଇଁ ଅବ୍ୟକ୍ତ l


ସୃଷ୍ଟି ର ଆରମ୍ଭ ଆଉ ଅନ୍ତ ଅନନ୍ତ

ପବିତ୍ର ଅଳଙ୍କାର ଯୁକ୍ତ ହୋଇ ସୁଦ୍ଧା

ଆଜି ପ୍ରତାରିତ...

କେଉଁଠି ଡଷ୍ଟବିନରେ ତ

କେବେ ଅନିଚ୍ଛାକୃତ ଦମ୍ପତି କୋଳରେ

କେଉଁଠି ପାପ ପ୍ରଣୟ ବା

କେଉଁଠି ସ୍ବେଛାକୃତ ତାଡନାରେ l


କିନ୍ତୁ ମୁଁ ତ ସେଇ ଆତ୍ମା ନା???

ଯହିଁ ବ୍ରହ୍ମ ହିଁ ପରଂବ୍ରହ୍ମ ଆଉ କେବଳ

ଶରୀରର ଭେଦ ଭାବ.....

ହେ ବିଷ୍ଣୁ ତୁମେ ପୁଲିଙ୍ଗ ମୁଁ ସ୍ତ୍ରୀଲିଙ୍ଗ!

ଆଉ ଦୁହିଁଙ୍କ ବିନୁ ସଂସାର ବ୍ୟର୍ଥ..!!


ମୁଁ କନ୍ୟା, ବନ୍ୟା, ଝରଣା, ଅଗଣାରେ ଫୁଲ

ମୁଁ ନିଶ୍ୱାସ ନିସ୍ଵାର୍ଥୀ ତମେ ପ୍ରଶ୍ୱାସ ପୁରା ସ୍ଵାର୍ଥୀ

ଚଗଲି ଝରଣା ମୁଁ ନାଚି ପର୍ବତ ଭୂଇଁରୁ

ଗଙ୍ଗା ରୂପୀ ମୁଇଁ ପରା ତୁମ୍ଭ ବାମ କୋଣରୁ..

ଗାଙ୍ଗି କହିଲେ ଥିବି ଗଙ୍ଗା ଡାକିଲେ ଯିବି...

ଅବଶ୍ୟ ତୁମେ ଡ଼ାକିବ ଗଙ୍ଗା ହେ ଭରତ ପୁତ୍ର ଶାନ୍ତନୁ

ଆଉ ଯିବାବେଳେ ଦେଇଯିବି ଦେବବ୍ରତ...

କରିବ ଭୀଷ୍ମ ପ୍ରତିଜ୍ଞା ନେବ ନାମ ମୃତ୍ୟୁଞ୍ଜୟ...

ରଚିବ ମହାଭାରତ ସାକ୍ଷ ରହିବ ଜଗତ..

ମୁଁ କନ୍ୟା... ଚତୁର୍ଥ ବ୍ରହ୍ମା ଦକ୍ଷ ପ୍ରଜାପତିଙ୍କର..

ଅଭିଶାପ ପୁରୁଷ ସମାଜକୁ...

ଦେଇ ନାରୀ ହୋଇବ ପାରି କାନ୍ୟଦାନ ମହାପୂଣ୍ୟ..

କୋଟୀ ପାପ ଦୂରୀଭୂତ ହେବ ପାଇଲେ କନ୍ୟା ରତ୍ନ


ଅଯହୁଁ ତପସ୍ୟା କର ନାରୀଙ୍କୁ ଦେଇ ସମ୍ମାନ..

ମୁଁ କନ୍ୟା ସନ୍ତାନ ରଖ ମୋର ନିବେଦନ... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational