ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ


ଉତ୍କଳ ଜନନୀ ଲୋ
କି ଗାଇବି ତୋର ଗାଥା
ନିଜେ ଦୁଃଖୀ ହୋଇ
ସୁଖ ଯା ଦେଇଚୁ
ଭାବିଲେ ଘୁରାଏ ମାଥା
ମାଲୋ ସ୍ୱର୍ଗାଦପି ଗରୀୟସି
ଧରିଛୁ କେତେ ଜେ ନଦୀ
ପୁଣ୍ୟ ଭୂମି ପୁଣି
ମହାନଦୀ, ଋଷିକୂଲ୍ୟା, ପୁଣ୍ୟ
ବ୍ରାହ୍ମଣୀ, ବୈତରଣୀ
କ୍ଷେତରେ ଭରା ଶସ୍ୟ,
ଫଳ, ପୁଷ୍ପ ଲୋ କଲ୍ୟାଣ ବାସିନୀ
ବାର ମାସେ ତେର ପର୍ବ
ଜଗନ୍ନାଥ ପୁରୀ,
ପତିତପାବନ ବାନା ଉଡେ
ନୀଳଚକରେ ପୁଣି
କେତେ ଦେବ ଦେବୀ ପୂଜା
ପାଆନ୍ତି ତୋଠାରେ,
ସୁଖ ଶାନ୍ତି ପାଇ ପ୍ରଜା
ରହନ୍ତି ଶାନ୍ତିରେ
ତୋ ଗୁଣ ଗାଇବି ଯେତେ
ସରିବନି କେବେ
କେତେ ବୀର ପୁତ୍ରଙ୍କୁ ତୁ
ଜନମିଛୁ ସତେ
ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ,
ବାଘା ଯତୀନରୁ ସୁବାଷ ବୋଷ ଯାଏ,
ଭଣି ମୁଁ ପାରୁନି ତାଙ୍କ ମହିମା
ୟେ ସବୁ ସିନା ତୋ କରୁଣା
କେତେ କବି ଆଉ ସାହିତ୍ୟ ପ୍ରେମୀ
ଜନ୍ମ ଦେଇ ମୋତେ କଲୁ ଲୋ ଋଣୀ
କି ଗୁଣ ଗାଇବି କହ ଜନନୀ
ଆଶୀର୍ବାଦ ଦେ ତୋର ଟେକ ରହୁ
ମୃତ୍ୟଞ୍ଜୟ କରେ ଏହି ମାଗୁଣି
ବନ୍ଦେ ଉତ୍ତର ଜନନୀ ।