STORYMIRROR

Mrutyunjay Das

Inspirational

3  

Mrutyunjay Das

Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
217

ଉତ୍କଳ ଜନନୀ ଲୋ 

କି ଗାଇବି ତୋର ଗାଥା

ନିଜେ ଦୁଃଖୀ ହୋଇ 

ସୁଖ ଯା ଦେଇଚୁ

ଭାବିଲେ ଘୁରାଏ ମାଥା

ମାଲୋ ସ୍ୱର୍ଗାଦପି ଗରୀୟସି 

ଧରିଛୁ କେତେ ଜେ ନଦୀ 

ପୁଣ୍ୟ ଭୂମି ପୁଣି

ମହାନଦୀ, ଋଷିକୂଲ୍ୟା, ପୁଣ୍ୟ 

ବ୍ରାହ୍ମଣୀ, ବୈତରଣୀ

କ୍ଷେତରେ ଭରା ଶସ୍ୟ,

ଫଳ, ପୁଷ୍ପ ଲୋ କଲ୍ୟାଣ ବାସିନୀ 

ବାର ମାସେ ତେର ପର୍ବ

ଜଗନ୍ନାଥ ପୁରୀ, 

ପତିତପାବନ ବାନା ଉଡେ 

ନୀଳଚକରେ ପୁଣି

କେତେ ଦେବ ଦେବୀ ପୂଜା 

ପାଆନ୍ତି ତୋଠାରେ, 

ସୁଖ ଶାନ୍ତି ପାଇ ପ୍ରଜା 

ରହନ୍ତି ଶାନ୍ତିରେ

ତୋ ଗୁଣ ଗାଇବି ଯେତେ 

ସରିବନି କେବେ 

କେତେ ବୀର ପୁତ୍ରଙ୍କୁ ତୁ 

ଜନମିଛୁ ସତେ

ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, 

ବାଘା ଯତୀନରୁ ସୁବାଷ ବୋଷ ଯାଏ, 

ଭଣି ମୁଁ ପାରୁନି ତାଙ୍କ ମହିମା 

ୟେ ସବୁ ସିନା ତୋ କରୁଣା

କେତେ କବି ଆଉ ସାହିତ୍ୟ ପ୍ରେମୀ 

ଜନ୍ମ ଦେଇ ମୋତେ କଲୁ ଲୋ ଋଣୀ 

କି ଗୁଣ ଗାଇବି କହ ଜନନୀ 

ଆଶୀର୍ବାଦ ଦେ ତୋର ଟେକ ରହୁ 

ମୃତ୍ୟଞ୍ଜୟ କରେ ଏହି ମାଗୁଣି

ବନ୍ଦେ ଉତ୍ତର ଜନନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational