ମୁଁ ବାଇମୁଣ୍ଡି ମଣିମା
ମୁଁ ବାଇମୁଣ୍ଡି ମଣିମା
ଆସୁଥିଲେ ରାଜା ମର୍କତ କେଶରୀ ମାରିଦେଲା ଏକ ଟେକା...
ଗରଜିଲେ ରାଜା କିଏସେ ଦୁର୍ବୁତ୍ତ ମାରିଲା ପଥର ଗୋଟା!!
ଖେଳିଲା ଖବର କାଠଯୋଡ଼ି ତୀରେ
ଦେଖି ରାଜାଙ୍କ ରୁଧିର..
ସଇନ ସାମନ୍ତ ହୋଇଣ ଜାଗ୍ରତ
ଖୋଜିଲେ କିଏ ଦୁର୍ବୁତ୍ତ l
ଧୁକୁଡି ବୁଢୀଟି ଅଗ୍ରତେ ଆସିଣ
କହିଲା ନୁଆଇଁ ମଥା...
ମଥା ରହିଲେ ମୁଁ ସତ୍ୟ ଓଗାଳିବି
ନୁହଁଇ କଥା ଅନ୍ୟଥା l
କିସ କିସ ବୋଲି ସେନାପତି ଜଣ
ଠେଲିଦେଲେ ପଛକୁ
ଏଡ଼େ ଦର୍ପ ତୋର ନଗ୍ର ବିଜୟରେ
ମାରିଲୁ ଟେକା ରାଜାଙ୍କୁ ?
କାନ୍ଦ କାନ୍ଦ ହୋଇ ସେବୁଢ଼ୀ କହିଲା
ରଜାଙ୍କୁ ମୁଁ ମାରିନାହିଁ...
କଟକର ଦୁଃଖ ଜଣାଇବି ବୋଲି
ପାରିଧି ରୋକିଲି ମୁହିଁ l
ପଚାରିଲେ ରାଜା କିଶ ଦୁଃଖ ତୋର
ଧରି ବୁଢ଼ୀର ଦି ହାତ
ରାଜା ହୋଇ ପ୍ରଜା ଦୁଃଖ ନବୁଝିଲେ
ଧିକ ମୋ ଗାଦୀ ଶାସକ l
ଅଙ୍ଗୁକି ଠାରି ଦେଖାଇଲା ବୁଢ଼ୀ
ଏକ ନିଷ୍ପାପ କଙ୍କାଳ
ତିନି ପାଦରେ ଆସୁଥିବା ବୁଢ଼ା
ହାଜିରା ଦେଲା ଛାମୁରେ ।
କହିଲା କଟକ ନିତି ବୁଡ଼ିଯାଏ
ଆଶାଢରୁ ଅଶିଣ ଯାଏଁ
ଦୁଇ ପାଖେ ଦୁଇ ନଦୀ ରହିଛନ୍ତି
କଟକିଆ ପ୍ରାଣ ଖାଏ l
ତୋଳିଦିଅ ଏକ ପଥର ବନ୍ଧ
କାଠଯୋଡ଼ି ର କୂଳରେ
କଟକିଆ ପ୍ରାଣ ବଞ୍ଚିଲେ କଲ୍ୟାଣ
ପାଇବ ଶ୍ରୀପୟରେ l
କିସ ତୁମ ନାମ କୁହ ନାଗରିକ
ଧନ୍ୟ ତୁମ ଦେଶପ୍ରୀତି..
ବୁଢାଟି କହିଲା ବାଇମୁଣ୍ଡି ମୁଁ..
ନଦୀତିରେ କାନ୍ଦେ ନିତି l
ଗଲାଣି ବୟସ କାଲି ଚାଲିଯିବି
ଆଉ କେତେ ବା ବୟସ..
କଟକର ଦୁଃଖ ଫେଡ଼ ହେ ରାଜନ
ଆତ୍ମା ମୋ ହେବ ଆଶ୍ୱସ୍ତ l
ସେଇ ବାଇମୁଣ୍ଡି ଅନୁରୋଧ ପଣେ
କଟକ ର ଦୁଃଖ ଗଲା
ନିର୍ମାଣ କରିଲେ ପଥର ବନ୍ଧ
କାଠଯୋଡ଼ି ଶାନ୍ତ ହେଲା l
ସେଦିନର ଉଚ୍ଚ ଚିନ୍ତାଧାରା ଆଜି
ଇତିହାସ ପୃଷ୍ଠାରେ ଲେଖା
ଆନନ୍ଦିତ ହୋଇ ରାଜନ
ନୁଆଇଁ ନିଜର ମଥା
ମର୍କତ କେଶରୀ ବୁଢୀକୁ କହିଲେ
ଦେଲୁ ମୋତେ ମହା ଶିକ୍ଷା l