ଅଢେଇ ଅକ୍ଷର ପ୍ରେମ
ଅଢେଇ ଅକ୍ଷର ପ୍ରେମ
ପ୍ରଭୁ ହେ ଏ କେମିତି ଲୀଳା
ଅଦା କାଟୁଥିଲି ଛୁରୀ ଥୋଇଦେଲି
ଦିଶେ ବାଇଶି ପାହାଚ ସଙ୍ଗେ
ପତିତପାବନ ପରା !
ମୁହିଁ ଅନାଥ ଏକ ଦାସ
ଦେଇଅଛ ନାମ
ମୃତ୍ୟୁଞ୍ଜୟ ଦାସ..
ବାର ପାରାବାରେ ଠେଲିଲ
ମାୟାର ସଂସାର ଫେଡ଼ିଲ
କେମିତିକା ପ୍ରେମ ରସିକ
ନାଗର ଫଗୁଣେ ବିରସ ହୋଇଲ
ଦୁଇଶହ ଆଠ ତୁମ ନନ୍ଦିଘୋଷ
ମୋ ଦିହେ ସେତିକ ହାଡ଼
ତୁମ ବାହୁଡ଼ାରେ ପୋଡପିଠା ଖାଇ
ରଖ ପ୍ରଭୁ ମୋ ପାଇଁ ଛ'ଖଣ୍ଡ କାଠ
ଏଇ ଆମ ପ୍ରେମ ଅଢେଇ ଅକ୍ଷର
ଅଢେଇ ଦିନିଆଁ ଚାନ୍ଦ
ଯେତେବେଳେ ହୃଦ ଇଚ୍ଛିତ ହେବ
ଦିଶ ଜଗଦୀଶ ଗୋବିନ୍ଦ....
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ,
ପଦୁ ଗଳୁଛି ମକରନ୍ଦ ll

