STORYMIRROR

Mrutyunjay Das

Romance Inspirational

3  

Mrutyunjay Das

Romance Inspirational

ଅଢେଇ ଅକ୍ଷର ପ୍ରେମ

ଅଢେଇ ଅକ୍ଷର ପ୍ରେମ

1 min
176


ପ୍ରଭୁ ହେ ଏ କେମିତି ଲୀଳା

ଅଦା କାଟୁଥିଲି ଛୁରୀ ଥୋଇଦେଲି

ଦିଶେ ବାଇଶି ପାହାଚ ସଙ୍ଗେ

ପତିତପାବନ ପରା !

ମୁହିଁ ଅନାଥ ଏକ ଦାସ

ଦେଇଅଛ ନାମ

ମୃତ୍ୟୁଞ୍ଜୟ ଦାସ..

ବାର ପାରାବାରେ ଠେଲିଲ

ମାୟାର ସଂସାର ଫେଡ଼ିଲ

କେମିତିକା ପ୍ରେମ ରସିକ

ନାଗର ଫଗୁଣେ ବିରସ ହୋଇଲ

ଦୁଇଶହ ଆଠ ତୁମ ନନ୍ଦିଘୋଷ

ମୋ ଦିହେ ସେତିକ ହାଡ଼

ତୁମ ବାହୁଡ଼ାରେ ପୋଡପିଠା ଖାଇ

ରଖ ପ୍ରଭୁ ମୋ ପାଇଁ ଛ'ଖଣ୍ଡ କାଠ

ଏଇ ଆମ ପ୍ରେମ ଅଢେଇ ଅକ୍ଷର

ଅଢେଇ ଦିନିଆଁ ଚାନ୍ଦ

ଯେତେବେଳେ ହୃଦ ଇଚ୍ଛିତ ହେବ

ଦିଶ ଜଗଦୀଶ ଗୋବିନ୍ଦ....

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ,

ପଦୁ ଗଳୁଛି ମକରନ୍ଦ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance