STORYMIRROR

Mrutyunjay Das

Others

3  

Mrutyunjay Das

Others

ବାପା

ବାପା

1 min
149


ସକାଳୁ ଟଗର ତାପରେ ମନ୍ଦାର 

ତାପରେ ଗେଣ୍ଡୁ, ପୁଣି ଗୋଲାପ.. 

ମନ ମୋହିଁଦେବେ ଥରେ ହସରେ 

ସେଇଠି ପରା ନାହିଁ ଭ୍ରମର... 

ଆନନ୍ଦ ମିଳିବ ଏତେ 

ଘାସ ଗାଲିଚାରେ ବାଢି ଖାଇବ.. 

ନୁଆ ବୋହୁ ବେସେ ସତେ.. 

ମାଆ ଆସିଛି ପରା. 

ମାଆ ଝୁଅ(ଦୁର୍ଗା), ଜ୍ୱାଇଁ ମୋ (ଶିବ)

ଆହା କି ଭାଗ୍ୟ ମୋର ସାତେ.. 

ଆଜି ମହାମେରୁ ପୁଜଲୋ ସଜନୀ

କରୋନା ସବୁ କାଇଦେଲା ସତେ ll

ଘଣ୍ଟ ଘଣ୍ଟା ଢୋଲ ମହୁରୀଆ ସବୁ 

ଟଙ୍କିଆ ଚାଉଳ ଖାଇ.. 

ପୂଜା ବନ୍ଦ ଦେଲା କରି.. 

ଆଜି ମୋ ମାର ପ୍ରିୟ ଖାଦ୍ୟ 

ଖିରି ପୁରୀ ପରା ଜାଣ.. 

କାବୁଲି ଚଣାକୁ ନୂଆଧାନ ଖିରି 

ପୁରୀ ଆଉ ଆରିସା ପିଠା... 

ଟିକେ ରହ ମା ରୋଷେଇ କରୁଛି 

ଖଇ କାକୁଡି କ୍ଷୀର ଗୁଡ଼ କଦଳୀ 

ଜଳଖିଆ ଟିକେ ତୁଣ୍ଡେ ମାରିକି ବସିଥା.. 

ଆଉ ଘଡ଼ିଏ ଅପେକ୍ଷା କର କୁଆଁରୀ 

ଜ୍ୱାଇଁକୁ ଅପେକ୍ଷା କରି.. 

ଜ୍ୱାଇଁ ମୋ ଆସିଲେ ସାରା ପରିବାର 

ଖାଇବ ମୋ ଘରେ ପୁଣି.. ll

ମନେ ରଖିଥା ଜ୍ୱାଇଁ ଆଗରେ 

ତୋରି ଓଢଣୀ ଦେବୁନି ଖୋଲି.. 

ଏଇଟା ବାପାର ଅନୁରୋଧ.. 

ମହିଷା ମରଦିନୀ ବେଶ ନେଲା ପରେ 

ଦଶହରା ଦେବୀ ଶାନ୍ତ ହୋଇବୁ 

ସର୍ବ ଦେବ ଦେବେ ଆଶୀର୍ବାଦ ll

ସିନ୍ଦୁର ଖେଳେଇ ନାରୀଙ୍କୁ.. 

ଯିବୁଲୋ କୈଳାସ ପୁର... 

ସଂସାର ପୁଣି ଅନେଇ ବସିବ 

ବାଟ ଆର ବରଷକୁ ତୋର ll

କରୁଛି କୋଟି ପ୍ରଣାମ ମାଆ 

ଆଉ ଘଡ଼ିଏ ଅପେକ୍ଷା କର ll


రచనకు రేటింగ్ ఇవ్వండి
లాగిన్