STORYMIRROR

Mrutyunjay Das

Classics

3  

Mrutyunjay Das

Classics

ଆଜି ଚୈତ୍ର ମାସାନ୍ତ

ଆଜି ଚୈତ୍ର ମାସାନ୍ତ

1 min
182

ଆଜି ଚୈତ୍ର ମାସାନ୍ତ

ଛାଡି ଚାଲିଯାଏ ବସନ୍ତ,

ଡହ ଡହ ଖରା ସାଙ୍ଗରେ ବୈଶାଖ

ଦକ୍ଷିଣା ପବନ ଅଶାନ୍ତ ଲ

କ୍ରାନ୍ତି ଆଉ କାନ୍ତି ବଦଳେ ସୂର୍ଯ୍ୟଙ୍କ

କିରଣ ହୁଅଇ ତୀର୍ଯ୍ୟକ,

ଶୁଖିଯାଏ ତଣ୍ଟି, ହାଲିଯାଏ ଅଣ୍ଟି

ଗିରିଶମ ଋତୁ ଆଗତ l 

ଦିନ ବଡ଼ ଆଉ ରାତିଟି ଛୋଟିଆ

ଜୀବ ଜଗତ ହନ୍ତସନ୍ତ,

ଶୁଖିଯାଏ ସବୁ ନଦୀ ନାଳ ପୁଣି

ଜଳର ହୁଅଇ ଆକଟ l

ଝାଂଜି ମାରେ କାଳ ବୈଶାଖୀ ରୂପେ

ଅଦିନିଆ ବର୍ଷା କରକା ସଂଗେ

କଳା ବାଦଲକୁ ଦେଖିଣ ମୟୁର

ପୂଛଟେକି ନାଚେ କେତେ ଯେ ରଙ୍ଗେ

କାଲିରୁ ଓଡ଼ିଆର ନୂଆ ବରଷ

ପହିଲି ବୈଶାଖ ରୂପେ,

ନୂଆ ପାଞ୍ଜି ନେଇ ନୂଆ ପଣା ପାଣି

ଶ୍ରୀ ମନ୍ଦିର କେଡ଼େ ସାଜେ l

କାଳିଆ ସାଆନ୍ତେ ପିଇବେ ପଣା

ଆମ୍ବ କଦଳୀ ବେଲ ମିଶାଇ

ଚାଉଳ ଚୁରଣ ଛତୁଆ ଆଉ ଚୁଡାଘସା ପରା ମୁଖ୍ୟ ବ୍ୟଞ୍ଜନ l

କିଛି ଭକ୍ତ ପୁଣି ଏହିଦିନକୁ

ଜଗିଥାନ୍ତି ନିରନ୍ତରେ

ଚଉଁରା ଉପରେ ମାଟି ଠେକି ଟେକି

ଛାମୁଣ୍ଡା ଟେକନ୍ତି ତା ଉପରେ l

ବର୍ଷକର ତୁଳସୀ ଗଛରେ ନିଈତି

ସକାଳୁ ଜଳ ଢାଳନ୍ତି,

ପ୍ରାର୍ଥନା ଆଲୋ ବୃନ୍ଦାବତୀ

ପିତୃ ପୁରୁଷଙ୍କୁ ରଖିବ ଶାନ୍ତି l

ଏତ ଏକ ଅପୂର୍ବ ଗାଥା

ଜଗନ୍ନାଥ ସଂସ୍କୃତି ଗାଇଲେ ଯେତେ

ସରିବନି କେବେ ସରେନି ଏକା ସ୍ୱାମୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics