STORYMIRROR

Mrutyunjay Das

Others

3  

Mrutyunjay Das

Others

ଝରଣାର ଦୁଃଖ

ଝରଣାର ଦୁଃଖ

1 min
218


ଆଜି ଅସାରରେ ମୁଁ ଆଶ୍ରିତ

ନାମଟି ମୋହର ଝରଣା,

କୁଳୁକୁଳୁ ନାଦ ଶୁଣେଇ ଦେଇ

ତଳକୁ ମାଡ଼େ ନେଇ ବାହାନା ।

ମିଠା ମୋର ପାଣି କାଚ କେନ୍ଦୁପରି

ନୁହନ୍ତି କେମତି ସରି,

ମୋତେ ଦେଖିବାକୁ ଆସନ୍ତି ଅତିଥି

କେତେ ଯେ ବାହାନା କରି,

ଅପଲକ ନେତ୍ରେ ଦେଖନ୍ତି ମୋତେ

ତାଙ୍କ ହୃଦୟ ଯାଏ ଯେ ଭରି । ।

ପିତା ଏଠି ପର୍ବତ ମୋହରି

ମାତା ମୋ ସବୁଜ ବନାନୀ,

ଦୁଇ କୋଳରେ ଶୈଶବ କଟେ ମୋ

ତାପରେ ବଢେ ଆଗକୁ

କିଛି ବାଟ ପରେ ମୋ କୈଶବ

ଦେଖଇ ସୁନ୍ଦର ଧରଣୀ । ।

ସଜେଇ ନିଜକୁ ଚଗଲି ହରିଣୀ

କୁଦିବା ଅଭ୍ୟାସ ଛାଡି

ସ୍ୱଇଚ୍ଛାରେ ନିଜ ବାଟ କାଟିନିଏ,

ପ୍ରସାରି ଦେଇ ମୋ କାନି ।

ଆଶା ଥାଏ ମନେ ମିଳନ ହୋଇବ

ଅବଶ୍ୟ ସମୁଦ୍ର ସାଥେ,

ତ୍ରିକୋଣ ଭୂମିରେ ସ୍ୱୟମ୍ବର ହେବ

ଯହିଁ ମିଳନ ହୋଇବ ସତେ!!!

ଚଲା ପଥ କିନ୍ତୁ ହୋଉଛି କଠିନ

ଯା ପାଇଁ ମଣିଷ ଦାୟୀ,

ସେଇଠି ମନେ ଭାଳେଣି ଆସେ ମୋ

କିଆଁ ଆଗକୁ ବଢ଼ିଲି,

ପିତା ମାତା କୋଳେ ଆନନ୍ଦରେ ଥାଇ

ସମୁଦ୍ର କିଆଁ ଚିନ୍ତିଲି??

କେମିତି ଯିବି ମୁଁ ଡେଇଁ ଏତେ ସବୁ

ମଣିଷ ର ମାୟା ଜାଲ,

ମିଠା ହସ ମୋର କଳଙ୍କିତ କଲା

ପାପୀ ମଣିଷ ସ୍ୱାର୍ଥପର । ।

ବାନ୍ଧିଲା ବନ୍ଧ ଦୁଇଧାରେ ମୋର

ଆଗରେ ରଖି ନଦୀ ବନ୍ଧ,

ହସରେ ମୋହର ବିଷ ମିଶାଇଛି

କରି କଳକାରଖାନା ବୃନ୍ଦ  ।

ଛିଣ୍ଡେଇ ଦେଇଛି ମୋପାଦ ଘୁଙ୍ଗୁର

ମୋ ମାଆର ଦୟା ବନ୍ୟା,

ତେଣୁ ଅଭିଶପ୍ତ ନିଜକୁ ଭାବଇ

ଜପି ହେ ବିଶ୍ୱନାଥ,

ତୋଳିଚ କେତେ ମନ୍ଦିର ତୁମେ

ନାମ କୁଳ ବୈତରଣୀ,

ଗୋନାଶିକା ଠାରୁ ଚାନ୍ଦବାଲି ଯାଏଁ

ମଣିଷ ଭସାୟେ ତରଣୀ ।

ମୋଦେହେ ବାସଗ୍ରାହୀ ମୀନ ଶରୀର

ଆଜି ମନୁଷ୍ୟ ଭୋଜନ,

ହେ ବିଶ୍ଵନାଥ କେବେ ଥରେ ଭାବ

ନୁହେଁ କି ତୁମ କନ୍ୟାର ଦୁଃଖ?

ଅନିନ୍ଦିତ ତୁମ୍ଭ ଅନିନ୍ଦ୍ୟ ସୁନ୍ଦରୀ

କେତେ ଯେ ଦୁଃଖୀନୀ ପରା,

ସୁନ୍ଦର ବନାନୀ ପାରିହୋଇ କାନ୍ଦେ

ବୈତରଣୀ ପାଇ ତୁମର ପ୍ରଦତ୍ତ ନାମ

ମୁଁ ଏକ ଝରଣା । ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍