STORYMIRROR

Mrutyunjay Das

Inspirational

3  

Mrutyunjay Das

Inspirational

ହେ ଫଗୁଣ ଅଭିନନ୍ଦନ

ହେ ଫଗୁଣ ଅଭିନନ୍ଦନ

1 min
478

ଆଜି ଅଗଣା ବାସେ ଚନ୍ଦନ ଚନ୍ଦନ

ଫଗୁଣର ବାସ୍ନା କାହିଁ କେଉଁ କୋଣ??

ହେ ଫଗୁଣ କାନ୍ଦନାରେ....

କାନ୍ଦିଲେ ତୁହି ଆଖିର ରୁହ ପଡିବ ମୋ ଅଗଣାରେ..

ହେ ଫଗୁଣ କାନ୍ଦନାରେ...

    ଦିନ ଥିଲା ସେଦିନ ବିରହୀଣି ପ୍ରେମିକା

    ଗାଇଥିଲା ବେତାର ଯନ୍ତ୍ରରେ...

    ହୃଦୟକୁ ଅବଶ୍ୟ ଛୁଇଁ ଥିଲା....

    କାନ ବି ପବିତ୍ର ହୋଇଥିଲା....

କିନ୍ତୁ ପୁଣି ନୂଆ ଗୀତ ଖୋକା ଭାଇଙ୍କ ଶୁଣି

ମନରେ ଆବେଗ ଭରିଥିଲା....

ବୟସର କୃଷ୍ଣଚୁଡା ରଙ୍ଗ ତୁମ ମନ୍ଦ ନୁହଁ.....

    ଆଜି କିନ୍ତୁ ସେଇ ଗୀତ ପୁଣି ସ୍ମୃତି ହୋଇ ରହି ଗଲା 

    ସତେ ଯେମିତି ମହାବାତ୍ୟାର କରାଳ ବନ୍ୟା

    ସେ ଗୀତକୁ ଭୁଲେଇ ଦେଲା!!!!"

  ଓଃ... ରାସ୍ତା ଘାଟ ଆଲୋକରେ ସୁସଜ୍ଜିତ..

    ପ୍ରାୟତଃ ସମସ୍ତେ ପରିପକ୍ୱ ମଣିଷ   

    ଆଉ କୁହୁତାନ ନେଇ କୋଇଲିର କୁହୁ ଶବ୍ଦ..

    ସତେ ଯେମିତି ଏକ ଅନ୍ଧାରି ମୁଲକ....

    ପୋଖରୀ ପଦ୍ମରେ ଭରା କିନ୍ତୁ କାହିଁ

    ଶୁଭୁନାହିଁ ଭ୍ରମରର ଗୁନ ଗୁନିଆ ଶବ୍ଦ ଖଣ୍ଡିକ..

ନା.... ମୁଁ ବୋଧେ ଭ୍ରମିତ... ଏଇ ଦେଖୁନ ଆଖି ମେଲି..

   କେଡେ ସୁନ୍ଦର ଦିଶୁଚି ପଳାଶ ବୃକ୍ଷ...

   ଗାଁ ମୁଣ୍ଡରେ ଶୁଖିଲା ଡାଳରେ ସେଇ ଅରେଞ୍ଜି ଅରେଞ୍ଜି

   କେତେ ଫୁଲ... ଫୁଟୁଛି ଆଉ ମନ କିଣି ନେଉଛି..

   ତଥାପି କୋଉଠି ସେଇ ମଧୁ ମଖି...

   ସତେ କଣ ସେ ଗର୍ବିତ ନା ଅପଦସ୍ତ???

   କିଆଁ ଦେଉନି ଚୁମ୍ବନ କି ନାହିଁ ଆଲିଙ୍ଗନ??


ଆଛା... ଏଇ ବୋଧେ ଫଗୁଣର ଚିରାଚରିତ ବ୍ୟବସ୍ଥା!!!

   ଯେବେ ଆସେ ଋତୁ ବଦଳେଇ ଦିଏ...

   ଶେରେଷ୍ଠ ବୋଲି ପ୍ରମାଣ ଜଣାଇ କହେ....

   ହେ ପାପୀ ମଣିଷ... ଦେଖ ମୁଁ ନେଇ ଆସିଛି ବସନ୍ତ..

   ଋତୁରାଜ ମୋ ନାମ ଗନ୍ଧହୀନ

   ରଙ୍ଗ ଯୁକ୍ତ ଭରା ଯୌବନ ପ୍ରାପ୍ତ...

   ରଙ୍ଗରେ ସଜେଇ ହୁଅ ନିଜେ ନିଜେ...

   ମାୟା ପାରବାରରେ ଚକଟ ନିଜକୁ...

   ମୁଁ ଦେଉଛି ରଙ୍ଗୀନ ସ୍ୱପ୍ନ...

ତଥାପି ମୁଁ ଋତୁ ରାଜ ବସନ୍ତ ଆଗମନୀ ମାସ ଫଗୁଣ..

    ଆଲିଙ୍ଗନ କରି ଦେଖ ଥରେ ନିଶ୍ଚୟ ଆତ୍ମା କହିବ

    ହେ ଫଗୁଣ ଅଭିନନ୍ଦନ....

    ହେ ଫଗୁଣ ଅଭିନନ୍ଦନ....

     ହେ ଫଗୁଣ ଅଭିନନ୍ଦନ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational