STORYMIRROR

Mrutyunjay Das

Inspirational

3  

Mrutyunjay Das

Inspirational

ପ୍ରେମର ଆଧୁନିକ ସଂଜ୍ଞା

ପ୍ରେମର ଆଧୁନିକ ସଂଜ୍ଞା

1 min
203


ବସନ୍ତ ଆସିଲା ଫଗୁଣର ପଳାଶ ହସିଲା

ମାଳ ମାଳ ବଉଳର ପୁଣି ସୁମଧୁର ବାସ୍ନା

ତଥାପି ଉତ୍ତର ନାହିଁ କାଳିଆ ପାଖରେ

ଏହାର କାରଣ କଣ ହୋଇପାରେ ?

ପ୍ରକୃତିର ତାଡନା, ଅବା ଈଶ୍ୱରଙ୍କ ଛଳନା ?


କୋଇଲି ବୈକୁଣ୍ଠ ଆଜି ଲାଗେ ସୁନା ସୂନା

କାଉ ଭି ରାବେନି ଏଠି ଆସିଲା କରୋନା

ଲାଜରେ କାଳିଆ ଲୁଚେ କରିଣ ବାହାନା

ଦୀନଜନ ଦୁଃଖୀ ଗଣ ଡାକନ୍ତି ମଣିମା

ହେଲେ... ହେଲେ ସିଏ ଶୁଣିବ କେମିତି?

ସିଏ ଶୁଣିବ କେମିତି ଲୋ ସିଏ ଶୁଣିବ କେମିତି

ହାତ ଗୋଡ଼ କାନ ପରା କଳି କାଟିଦେଇଛି.

କହ ଶୁଣିବ କେମିତି ।


ବାରମ୍ବାର ଏହି ପ୍ରଶ୍ନ ଗୋଟିକ

ମୋ ହୃଦକୁ ରାମ୍ପୁଡ଼ି ଚାଲିଛି

ଆଉ ପଚାରିଲେ କହୁଛି କେହିଜଣେ

ଯଦି ସ୍ବର୍ଜିତ କର୍ମ ସମ୍ପତ୍ତି ତୁ ନ ଭୋଗିବୁ

ତାହେଲେ ଭୋଗିବ କିଏ

ସେଥିପାଇଁ ତୋର ମୋର ପ୍ରେମ ସମ୍ପର୍କ

ଏଇମିତି ଥିଲା ଅଛି ଆଉ ରହିବ

ଅମୃତ ପ୍ରେମ ଶାଶ୍ୱତ ଆଉ ସତ୍ୟ ବିଶ୍ୱାସ ଜନିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational