STORYMIRROR

DHARITRI SAHU

Inspirational

4  

DHARITRI SAHU

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
538


ଆନ୍ତରଜାତୀୟ ମହିଳା ଦିବସେ

ମହତ୍ବେ ମହାନ ହେବା,

ସବୁ ଖରାପ କୁ ବାହାରେ ନିକ୍ଷେପି

କିଛି ନୂଆ କରି ଯିବା।

ନାରୀ-ନାରାୟଣୀ, ନାରୀ ମହାକାଳୀ,

ନାରୀ ପୁଣୀ ଲକ୍ଷ୍ମୀ, ଶ୍ଵାତୀ,

ନାରୀ ରୂପେ ଶୋହେ ମାଆ ର ମୁରତି

ଭଗ୍ନୀ, କନ୍ୟା ଜାୟା ସତୀ।

ଭଗବତୀ ଶକ୍ତି ଆସେ ଅବତରୀ

ସଦାଚାର ସଦଗୁଣେ,

ଲକ୍ଷ୍ମୀ ସଦା ବାସ କରିଥାନ୍ତି ଗୃହେ

ଜ୍ଞାନ ପୂରେ ଘର କୋଣେ।

ସେହି ନାରୀ ଯଦି ଅବିଗୁଣେ ଭରେ

ନରକ ଗୃହ ପାଲଟେ,

ପୁରୁଷର ଶକ୍ତି ପରାକ୍ରମ ଯେତେ

ସରିଯାଏ ଅବିଳମ୍ବେ।

ଭାରତ ସଂସ୍କୃତି ଶିଖାଏ ଆମକୁ

ସ୍ବାମୀ ସଂସାର ଯେ ତପ,

ଶାଳୀନତା ରଖି ସ୍ନେହ ବାଣ୍ଟୁଥିଲେ

ଶାନ୍ତି ମିଳଇ ଅମାପ।

ଯେତେ ଆଧୁନିକା ସ୍ବାବଲମ୍ବୀ ହୁଅ

ସର୍ବଂସହା ଖାଲି ନାରୀ,

ଯେତେ ଚେଷ୍ଟା କଲେ ଆଉ କେହି କେବେ

ହୋଇ ପାରିବେନି ସରି।

ଗୁରୁ ଗୁରୁଜନେ ଭକତି ରଖିବା

ସଂସ୍କାରର ପରିଚୟ,

ତାଙ୍କ ଆଶୀର୍ବାଦେ କୁସୁମିତ ହେବ

ବରଷିବ ବରାଭୟ।

ପୁତ୍ର କନ୍ୟା ପାଶେ ମମତାର ଡୋରୀ

ସମାନେ ବାନ୍ଧିବା ସଦା,

ସଦଗୁଣ ଆଉ ସଦାଚାରୀ କରୀ

ସମାଜକୁ ଭେଟି ଦେବା।

ଦେଶ ମାତୃକାର କ୍ଷତି କରିବାନି

ଲାଭ ନ‌ କରିଲେ ନାହିଁ,

କାହା ମନେ କେବେ ଦୁଃଖ ଆଣିବାନି

ସୁଖ ନଦେଲେ ତ ନାହିଁ।

ସଶକ୍ତିକରଣ ମାନେ ଥରେ ବୁଝ

ଭୁଲ୍ ବାଖ୍ୟା ଯେ ନ କର,

ଆଇନ୍ ର ଅପଯୋଗ କର ନାହିଁ

କାହା କୂଳ ନ ଉଜାଡ।

ପୁରୁଷ ର ସହ ଶକ୍ତି ଯୋଡ଼ି ଦେଲେ

ଅପଶକ୍ତି ଯିବେ ହାରି,

ଉନ୍ନତିର ନୁଆ ସୋପାନ ଚଢିବା

ବିଶ୍ଵେ ବନ୍ଦନୀୟା (ଭାରତର)ନାରୀ।


Rate this content
Log in

Similar oriya poem from Inspirational