STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ବୋଉ ମୋର

ବୋଉ ମୋର

1 min
284

ମୁଁ ଟଙ୍କା ଦେଇ ପୁଅ ଭୂମିକାଟେ ପାଇଥିବା

ଅଣତାଲିମପ୍ରାପ୍ତ ଅନଭିଜ୍ଞ ତୁଚ୍ଛ କଳାକାର

ବୋଉ ମୋର ସଂସାର ବିଶ୍ୱବିଦ୍ୟାଳୟରୁ

ସ୍ୱର୍ଣ୍ଣପଦକ ବିଜୟିନୀ ଅଭିନୟର ଈଶ୍ୱର  


ମୁଁ ପରା ଘରେ ଲୁଚି ରହିଥିବା ଅଳିଆ ଗଦା

ଆଲମିରା ପଛ ଘର କୋଣ ଓ ଖଟତଳର

ବୋଉ ମୋର ପ୍ରତିଦିନର ସ୍ୱଚ୍ଛ ଓ ପବିତ୍ରତା

ଗୋବରେ ଲିପିତ ଚୁଲିମୁଣ୍ଡ ଓ ଠାକୁରଘର 


ମୁଁ ଚଟ୍ଟାଣପରେ କୋଡ଼ିରେ ମିଶ୍ରଣ ବେଳେ

କର୍କଶ ଶବଦ ବାଲି-ଗୋଡ଼ି ଆଉ ସିମେଣ୍ଟର

ବୋଉ ମୋର ପ୍ରାତଃକାଳେ ଶ୍ରୀମନ୍ଦିରରେ

ଅପୂର୍ବ ଆଧ୍ୟାତ୍ମର ସ୍ୱର ଘଣ୍ଟି ଓ ଧ୍ୱନି ଓଁକାର  


ମୁଁ ଶବ୍ଦ ଛନ୍ଦ ଓ ଅର୍ଥ ଜାଣିନଥିବା ଜବରଦସ୍ତ

ଆଡ଼ୁସାଡ଼ୁ ଲେଖୁଥିବା କୋବିର ପୋଡ଼ା ଅକ୍ଷର

ବୋଉ ମୋର ସାହିତ୍ୟ ସାଗରେ ବୁଡ଼ି ଭାସମାନ

କବିସମ୍ରାଟ ଶ୍ରୀ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ସମ୍ଭାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational