STORYMIRROR

Antaryami Sahu

Inspirational

4  

Antaryami Sahu

Inspirational

ମିଛ ଦୁନିଆ

ମିଛ ଦୁନିଆ

1 min
430


ମିଛ ମିଛ ଏଠି   ସବୁ ବସ୍ତୁ ମିଛ 

  ସଂପର୍କ ଡୋରୀ ବି ମିଛ,

ଦୁଇ ଦିନିଆର   ଦୁଇଟି ନିଆଁର

  ଏ ଦୁନିଆ ମଧ୍ୟ ମିଛ ।୧।

ମିଛ ଦୁନିଆରେ   ଦୁଇଟି ନିଆଁରେ

    ପରିଚାଳିତ ଜୀବନ,

କେବେ ଜନ୍ମବେଳେ   କେବେ ମୃତ୍ୟୁ କୋଳେ

   ମିଛ ମାୟାର ବନ୍ଧନ ।୨।

ଜନନୀ ଜଠରୁ    ଭୁମିଷ୍ଠ ବେଳରେ

    ଏନ୍ତୁଡି ଶାଳରେ ନିଆଁ,

ଦ୍ଵିତୀୟ ଅଟଇ   ମୃତ୍ୟୁ ଶଯ୍ୟା କୋଳେ

   ଶ୍ମଶାନ ଘାଟର ନିଆଁ ।୩।

ଭାଇ ବନ୍ଧୁ ସଖା    ସ୍ଵାର୍ଥପାଶେ ବନ୍ଧା

   ସ୍ଵାର୍ଥ ଥିବା ଯାଏ ଭଲ,

ପୁତ୍ର ନ ବୁଝଇ   ମାତାପିତା ଦୁଃଖ

  ଧନ୍ୟ ବିଧାତାର ଖେଳ ।୪।

ସ୍ୱାମୀ ସ୍ତ୍ରୀ ସଂପର୍କ  ମିଛେ ବନ୍ଧା ପଡ଼େ

    ସନ୍ତାନ ପାଆନ୍ତି କଷ୍ଟ,

ପୁତ୍ରର ସଂପର୍କ       ପିତା-ମାତା ପାଇଁ  

    ଖୋଳଇ ଯନ୍ତ୍ରଣା ବାଟ ।୫।

ଧନ ଦୌଳତରେ   ଯୁଆ ମଦ ମାଂସେ

   ବ୍ୟାକୁଳ ଜଗତ ଜନ,

ପରସ୍ତ୍ରୀ ହରଣ    ଜୀବବଧ ସାଥେ

  ନାନାଦି କୁ-କର୍ମ ମାନ ।୬।

 ମିଛ ଦୁନିଆରେ   ଜଣେ ଏକା ସତ  

    ବାକି ସବୁ ମିଛ ମାୟା,

ତାଭାବ ଡୋରୀରେ   ବନ୍ଧାହେବ ଯେବେ

   ତୁଟିଯିବ ମୋହମାୟା ।୭।

ହରିନାମ ନାବେ   ବେଳ ଥାଉ ବସ

   ହୋଇ ଯିବୁ ଭବୁପାର,

ଅଥଳ ସାଗରୁ   ମାୟା ପାରାବାରୁ

   ଉଦ୍ଧାରିବେ ଚକ୍ରଧର ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational