STORYMIRROR

Prabina kumar Kabi

Inspirational

4  

Prabina kumar Kabi

Inspirational

ଅନ୍ୟ ଏକ ମହାଭାରତ

ଅନ୍ୟ ଏକ ମହାଭାରତ

1 min
26.7K


ଚାରିଆଡେ ମେଞ୍ଚାମେଞ୍ଚା ମଲାମାଂସର ଭିଡ

ଭିଡ ଭିତରୁ ଶୁଭେ ଏକ ବିକଟାଳ ସ୍ବର “ବଞ୍ଚାଅ"

ଏ ସ୍ବର କିନ୍ତୁ ମଲାମାଂସର ନୁହେଁ

ଏକ ସତେଜ୍ କଞ୍ଚାମାଂସର,

ମଣିଷରୁପି ସାଗୁଣାମାନେ ଖିନ୍ ବିନ୍ କରି ଖାଉଥାନ୍ତି

ତାର ତତଲା ମାଂସଗୁଡାକୁ।

ଆଃ!! କି ଭୟାନକ ସେ ଦୃଶ୍ୟ।



ମାତୃତ୍ଵର ପଣତକାନିରେ ଲୋଟୁଥାଏ

ରକ୍ତଭିଜା ଅସରା ସେନେହଁ,

ଫିକା ସିନ୍ଦୁର, ଫଟା କାଚ

ଖୋଜୁଥାଏ ସବୁଜ ଅତୀତ,

ଆଉ ମୃତ ମା'ର ସ୍ତନଧରି ବାହୁନୁଛି

ଭୋକିଲା ସନ୍ତାନ।



ବିଧାତା ବି ନିର୍ବିକାର

ଏ ରକ୍ତମୁଖା ମଣିଷର ଜାନୁଆରପଣ ଦେଖି,

ଅସହାୟତାର ଶିକୁଳିରେ ବନ୍ଧାଏଠି

ଅଭିମନ୍ୟୁମାନେ

ମରୁଥାନ୍ତି କିସ୍ତିରେ କିସ୍ତିରେ,

ଆଉ ବା ଶୁଣିବ କିଏ?

ଚାରିଆଡେ ତ ଭେଳାଭେଳା

ଜହ୍ଲାଦ, ଅସୁରଙ୍କ ଭିଡ।



ଜହ୍ଲାଦ ଭିତରୁ ଯିଏ କହେ ଦେବତ୍ଵର ବାଣୀ

କଲିଜା ଭିତରେ ଥାଏ ତାର ବିଷାକ୍ତ ରୁଧିର,

ସେହି ତ ସକୁନି ଏଠି

ଏ ରକ୍ତସୋଶା ମହାଭାରତରେ,

ସତ୍ୟ ସବୁ ସରସାଜି ବିନ୍ଧନ୍ତି ଭିସ୍ମଙ୍କୁ

ଆଉ ଧର୍ମ ଖାଲି ଗାନ୍ଧାରୀର ନିବୁଜ୍ ନୟନ....





ଅଧ୍ୟାପକ, ଉଦ୍ଭିଦବିଜ୍ଞାନ ବିଭାଗ

ପତିତପାବନ ମହାବିଦ୍ୟାଳୟ

ଆନନ୍ଦପୁର, କେନ୍ଦୁଝର

ମୋ.ନଂ-୭୬୦୯୦୭୭୦୨୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational