STORYMIRROR

Prabina kumar Kabi

Inspirational

3  

Prabina kumar Kabi

Inspirational

ଅନୁତାପ....

ଅନୁତାପ....

1 min
13.6K



ଫାଟିଯାଉଥିବା ସମ୍ପର୍କ,

ଉଡିଯାଉଥିବା ସ୍ବପ୍ନ,

ମରିଯାଉଥିବା ପ୍ରଣୟ,

ଆଉ, ବାଟଭାଙ୍ଗୁଥିବା ମାନବିକତା

ସବୁଏଠି ତୈୟାର

ଗୋଟେ ପ୍ରହେଳିକାର ଜୀବନ ଜିଇଁବା ପାଇଁ।


ତେବେ କୁହତ!

ତୁମେ କାହିଁକି ପାରିଲନି

ତୁମେ କାହିଁକି ହାରିଗଲ ଅସହାୟ ଭୀଷ୍ମଙ୍କ ପରି,

କାହିଁକି ଜଳିଗଲ କେଇ ସେକେଣ୍ଡରେ

ଗୋଟେ ଶୁଖିଲା ତାଳପତ୍ର ପରି,

ଆଉ ମୋ ପାଇଁ ଗଢ଼ିଦେଲ

ନିରବତାର ସମାଧି!!


ଚାହିଁଥିଲେ ତ ଜୀଇଁପାରିଥାନ୍ତ

ଯାଜ୍ଞସେନୀର ଜୀବନ,

ଦେଇପାରିଥାନ୍ତ ମରିଯାଇଥିବା ଆଖିସବୁରେ

କିଞ୍ଚିତ୍ ଜୀବନ

ଗଢ଼ିପାରିଥାନ୍ତ ଗୋଟେ ସ୍ଵପ୍ନୀଳ ଦୁନିଆ,

ଗୋଟେ ସ୍ନେହଁ-ପ୍ରେମମିଶା ବାଲିଘର,

କହିଲ!

ଅମାରଭର୍ତ୍ତି ଲୁହ ବି କଣ ସେ ବାଲିଘରକୁ ଭାଙ୍ଗିପାରିଥାନ୍ତା!!


ନା, ତମେ ଡରିଗଲ

ଡରିଗଲ ସମାଜ ରୂପକ ଏ କାଗଜ ବାଘକୁ ଦେଖି।

ଆଛା, କହିଲ!

ସଂକୀର୍ଣ୍ଣତାର କାଗଜରେ ଗଢ଼ା ବାଘ କଣ କେବେ

ପ୍ରେମକୁ ମାରିଦେଇପାରେ, ଜାଳିଦେଇପାରେ

ତା'ର ସେ ଭେଜାଲ୍ ଦାନ୍ତରେ!!


ନାଁ, କେବେ ନୁହେଁ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational