STORYMIRROR

Prabina kumar Kabi

Others

2  

Prabina kumar Kabi

Others

ନିସଙ୍ଗ ପଥିକ

ନିସଙ୍ଗ ପଥିକ

1 min
13.2K



-ପ୍ରବୀଣ କୁମାର କବି


ଅସହାୟତାର ଆଖିକୋରଡରୁ

ଝରୁଥିବା ଅଶ୍ରୁ

ତାର ପ୍ରାପ୍ୟ,

ଶୂନ୍ୟତାର ଶବ୍ଦକୋଷରୁ

ଝଂକୃତ ଶବ୍ଦମାନେ

ତାର ପ୍ରାପ୍ୟ।


ମାୟାବୀ ଆବେଗମାନଙ୍କୁ

କରାୟତ କରିବାକୁ

ସେ ଆଜି ଅସମର୍ଥ,

ହେଲେ, ଅସ୍ତ୍ରତ୍ୟାଗ କରିନି ଏଯାଏ!

ସେ ପରା ଯୋଦ୍ଧା,

ତାର ପ୍ରତିଟି କୋଷରୁ ଝରୁଛି

ପରାକ୍ରମତାର ଲହୁ,

କେମିତି ହାର୍ ମାନିବ

ଏଇ ଛାର୍ ଲୁହଗୁଡା ଠାଇଁ!


ଜୀବନ ଜ୍ୟାମିତିର ସୂତ୍ରଘୋଷି,

ନୀରବତା ଓ ନିସଂଗତାର ଅସ୍ତ୍ରରେ

ପୁରୁଣା ସମ୍ପର୍କର ଖିଅମାନଙ୍କୁ

ସେ ଖୋଲୁଛି,

ମରିଯାଇଥିବା ବିଶ୍ବାସକୁ ସାଧନ କରି

ଜୀବନ ଜିଉଁଛି....



ସମ୍ପାଦକ,ବଣମଲ୍ଲୀ

ଅଧ୍ୟାପକ, ପତିତପାବନ ମହାବିଦ୍ୟାଳୟ

ମଦନପୁର, କେନ୍ଦୁଝର

ଫୋନ ନଂ-୭୬୦୯୦୭୭୦୨୩


Rate this content
Log in