STORYMIRROR

Prabina kumar Kabi

Others

3  

Prabina kumar Kabi

Others

ପଳାତକ

ପଳାତକ

1 min
14K


ଫାଟିଯାଉଥିବା ସମ୍ପର୍କ,

ଉଡିଯାଉଥିବା ସ୍ଵପ୍ନ,

ଆଉ, ବାଟ ଭାଙ୍ଗୁଥିବା ମାନବିକତା

ସବୁ ଏଠି ତୈୟାର

ଗୋଟେ ପ୍ରହେଳିକାର ଜୀବନ ଜିଇଁବା ପାଇଁ।

ତେବେ କୁହତ!

ତୁମେ କାହିଁକି ପାରିଲନି

ତୁମେ କାହିଁକି ହାରିଗଲ ଅସହାୟ ଭୀଷ୍ମଙ୍କ ପରି,

କାହିଁକି ଜଳିଗଲ କେଇ ସେକେଣ୍ଡରେ

ଗୋଟେ ଶୁଖିଲା ତାଳପତ୍ର ପରି,

ଆଉ ମୋ ପାଇଁ ଗଢ଼ିଦେଲ

ନିରବତାର ସମାଧି!!

ଚାହିଁଥିଲେ ତ ଜୀଇଁପାରିଥାନ୍ତ

ଯାଜ୍ଞସେନୀ ର ଜୀବନ,

ଦେଇପାରିଥାନ୍ତ ମରିଯାଇଥିବା ଆଖି ସବୁରେ

କିଞ୍ଚିତ୍ ଜୀବନ

ଗଢ଼ିପାରିଥାନ୍ତ ଗୋଟେ ସ୍ଵପ୍ନୀଳ ଦୁନିଆ,

ଗୋଟେ ସ୍ନେହ-ପ୍ରେମ ମିଶା ବାଲିଘର,

କହିଲ!

ଅମାରଭର୍ତ୍ତି ଲୁହ ବି କଣ ସେ ବାଲିଘରକୁ ଭାଙ୍ଗିପାରିଥାନ୍ତା!!

ନା, ତମେ ଡରିଗଲ

ଡରିଗଲ ସମାଜ ରୂପକ ଏ କାଗଜ ବାଘକୁ ଦେଖି।

ଆଛା, କହିଲ!

ସଂକୀର୍ଣ୍ଣତାର କାଗଜରେ ଗଢ଼ା ବାଘ କଣ କେବେ

ପ୍ରେମକୁ ମାରିଦେଇପାରେ, ଜାଳିଦେଇପାରେ

ତା'ର ସେ ଭେଜାଲ୍ ଦାନ୍ତରେ!!

ନାଁ, କେବେ ନୁହେଁ.....

ପ୍ରବୀଣ କୁମାର କବି

ସମ୍ପାଦକ, ବଣମଲ୍ଲି

ଆନନ୍ଦପୁର, କେନ୍ଦୁଝର

ମୋ.ନଂ-୭୬୦୯୦୭୭୦୨୩


Rate this content
Log in