STORYMIRROR

Prabina kumar Kabi

Inspirational

1.3  

Prabina kumar Kabi

Inspirational

କାନ୍ଦୁଥିବା ଈଶ୍ୱର!!

କାନ୍ଦୁଥିବା ଈଶ୍ୱର!!

1 min
26.3K



ସେଦିନ ଦେଖିଲି ଈଶ୍ୱରଙ୍କୁ କାନ୍ଦୁଥିବାର

ଗୋଟେ ଅବୋଧ କୁନିପିଲା ପରି

ଭୂଇଁରେ ଲୋଟୁଥିବାର,

ଆଉ ଦେଖିଲି-

ଗୋଟେ ଅସହାୟ ମନ,

ଗୋଟେ ଅଲୋଢ଼ା ଶରୀର,

ଆଉ ଭାଙ୍ଗିଯାଇଥିବା କିଛି ସ୍ୱପ୍ନର ଟୁକୁରାକୁ

ଚିରାକାନିରେ ସାଉଁଟୁଥିବାର।



ସେଦିନ ଦେଖିଲି ଈଶ୍ୱରଙ୍କୁ କାନ୍ଦୁଥିବାର

ଗୋଟେ ନିସ୍ପ୍ରଭ ଦୀପଶିଖା ପରି

ଲିଭିଲିଭି ଜଳୁଥିବାର,

ଆଉ ଦେଖିଲି-

ମୁଠାଏ ଅପୂର୍ଣ୍ଣ ଆଶା,

ଗୋଟେ ଭୋଖିଲା ପେଟ,

ଆଉ କିଛି ଲୁହ-ଲହୁମିଶା ଦଉଡି ଧରି

ଆମ୍ବତୋଟା ଆଡେ ଯାଉଥିବାର।



ସେଦିନ ଦେଖିଲି ଈଶ୍ୱରଙ୍କୁ କାନ୍ଦୁଥିବାର

ସାପିତ ଅଶ୍ଵତ୍ଥାମା ପରି ପ୍ରତିମୁହୂର୍ତ୍ତରେ

ମରିମରି ବଞ୍ଚୁଥିବାର,

ଆଉ ଦେଖିଲି-

ଆଖିରେ ଯିଇବାର ଭୟ,

ମନରେ ଶାନ୍ତିର ତୃଷ୍ଣା,

ଆଉ ଦେହସାରା ଉତ୍ତପ୍ତ ଜହର ଢାଳୁଥିବାର।



ସେଦିନ ଦେଖିଲି ଈଶ୍ୱରଙ୍କୁ କାନ୍ଦୁଥିବାର

ଆଞ୍ଜୁଳେ ତତଲା ଲୁହ ଆଉ କିଛି

ହାରିଯିବାର ଦୀର୍ଘଶ୍ୱାସ ଢାଳୁଥିବାର।

ତେଣୁ, କିଏ କହୁଥିଲା!

ଈଶ୍ୱର ସର୍ବଶକ୍ତିମାନ,ସଦାଉଲ୍ଲାସିତ, ଅମର

ମତେ କିନ୍ତୁ ଲାଗେ

ସେ ସବୁଠୁ ଦୁଃଖୀ, ଗରିବ ଆଉ

ଅସହାୟ........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational