STORYMIRROR

Prabina kumar Kabi

Inspirational

3  

Prabina kumar Kabi

Inspirational

ସ୍ମୃତି

ସ୍ମୃତି

1 min
26.6K



ସ୍ମୃତି, ଏକ ଅଙ୍କାବଙ୍କା ନଇ

ଏକ ମଧୁଋତୁ

ଉଦାସୀ ଆଖିର,

ସ୍ମୃତି, ଏକ ଧୂଆଁଭର୍ତି ସୁନୀଳ ଆକାଶ

ଏକ କ୍ଲାନ୍ତ ସମୟ

ଗୋଧୂଳି ସଞ୍ଜର ।୧।


ସ୍ମୃତି, ଏକ ଦିନଲିପି ପୃଷ୍ଠା,

ପବନର ସଂଘାତରେ

ସଂଘର୍ଷମୟ, କମ୍ପମାନ

ଆଲୁଅରେ ଲେଖା।


ସ୍ମୃତି, ଏକ ଜହ୍ନର ଦିପାଳୀ,

ହାହାକାର ହୃଦୟକୁ

ଦିଶାହରା ଜୀବନକୁ

ଖିନ୍ବିନ୍ କରି

ଦେଉଥାଏ ଜାଳି ।୨।


ସ୍ମୃତି, ଏକ ଅଦେଖା ଯନ୍ତ୍ରଣା

ହୃଦୟର ପାନ୍ଥଶାଳେ,

ଲେଖିହୁଏ ଲିଭେଇହୁଏନି

ମହୁଲି ନିଶାରେ,


ସ୍ମୃତି, ଏକ ବିଭକ୍ତ ସମୟ

ସପନର ଅଧାଦେଖା ଛାଇ,

ଛୁଇଁଯାଏ ଅଛୁଆଁ ସ୍ପର୍ଶରେ

ପାହାନ୍ତି ପ୍ରହରେ...।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational