STORYMIRROR

Sarmistha Palai

Inspirational

3  

Sarmistha Palai

Inspirational

ଲଜ୍ଜ୍ୟା ଅଟେ ପରା ନାରୀର ଗହଣା

ଲଜ୍ଜ୍ୟା ଅଟେ ପରା ନାରୀର ଗହଣା

1 min
213


ବିନା ଆଭୂଷଣେ ସୁନ୍ଦରୀ ରମଣୀ

ଦିଶୁଥାଏ ସଦା ପୂର୍ଣ୍ଣ ଚାନ୍ଦ ପରି।


ଲଜ୍ଜ୍ୟା ଅଟେ ପରା ନାରୀର ଗହଣା

ଲଜ୍ଜ୍ୟା ନଥିଲେ ନୁହେଁ ନାରୀରେ ଗଣା।


ବସ୍ତ୍ରାବୃତ୍ତା କରି ତନୁକୁ ଘୋଡାଇ

ରଖିଲେ ମର୍ଯ୍ୟାଦା ନାରୀର ବଢଇ।


ଉନ୍ମୁକ୍ତ ତନୁକୁ ଦର୍ଶନ କରାଇ

ବାରାଙ୍ଗନା ପ୍ରାୟ ବୁଲେ ଯେଉଁ ନାରୀ।


ଚରିତ୍ର ତାହାର କିପରି ଅଟଇ

ଦେଖିଲା ମାତ୍ରକେ ଜଣା ଯେ' ପଡଇ।


ସ୍ବର୍ଣ୍ଣ ଅଳଙ୍କାର ପରିଧାନ କଲେ

ରୂପସୀ ରମଣୀ ନ ହୋଇବ ଭଲେ।


ପବିତ୍ର ହୃଦୟ ହୋଇଥିବ ଯଦି 

ସେହି ବୋଲାଇବ ନାରୀ ରୂପବତୀ।


ବଚନ ଯାହାର ମଧୁର ଅଟଇ

ତା' ମୁଖ ମଣ୍ଡଳ ସଦା ଝଟକଇ।


ଆଭୂଷଣ ତା'ର ଆବଶ୍ୟକ ନାହିଁ

ପୂର୍ଣ୍ଣ ନାରୀ ନିଜ ସମ୍ମାନ ରଖଇ।


କଟା କଟି ପିନ୍ଧି ଛବିକୁ ଦେଖାଏ

ତାର ଚିନ୍ତାଧାରା ଜଣାପଡିଯାଏ।


ନାରୀ ନାମେ ସିଏ କଳଙ୍କିତ ଅଟେ

ନିଜ ଇଜ୍ଜତକୁ ନିଜ ହାତେ ବାଣ୍ଟେ।


ନାରୀ ଅଟେ ସଦା ପୂଜ୍ୟା ବନ୍ଦନୀୟା

କେତେକଙ୍କ ପାଇଁ ଆଜି ନିନ୍ଦନୀୟା।


ଲାଜ ସରମକୁ ପୋଡି ଖାଇଲେଣି

ବଗିଚାରେ ଶୋଇ ଫଟୋକୁ ଦେଲେଣି।


ପିଲା ମାନଙ୍କୁ ସେ' କି' ସଂସ୍କାର ଦେବେ

ତାଙ୍କରି ଭଳିତ ଉଦ୍ଧତ ଯେ ହେବେ।


ଦୁନିଆ ଆଗରେ ତ ଶିକ୍ଷିତ ଭାରି

କର୍ମ ଗୁଡାକ ତାଙ୍କ କୁଶ୍ଚିତ ଭାରି।


ଏଭଳି ନାରୀଠୁ ଦୂରାଇ ରୁହନ୍ତୁ

ନିଜ ସମ୍ମାନ ନିଜେ ତ' ରଖନ୍ତୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational