STORYMIRROR

Bijaya Swain

Inspirational

3  

Bijaya Swain

Inspirational

ମହା ପ୍ରଭୁ ତୁମେ

ମହା ପ୍ରଭୁ ତୁମେ

1 min
166


ମହାପ୍ରଭୁ ତୁମେ ଜଗତ ପାଳକ ପରଂବ୍ରହ୍ମ

ତୁମ ହିଁ ତ ଆଦି ତୁମେ ହିଁ ଅନାଦି

  ତୁମେ ହିଁ ତ ସାର୍ବଭୌମ।

ଚରାଚର ସୃଷ୍ଟି ତୁମରି ଭିଆଣ

  ସ୍ଥାବର ଜଙ୍ଗମ୍ କୀଟ

ମୂକ ମୁଖେ ଭାଷା ଅନ୍ଧର ନୟନ

  ଛୋଟା ପାଇଁ ତାର ବାଟ।

ଯେତେବେଳେ ଯିଏ ଡାକିଛି ତୁମକୁ

  ତା ପାଖରେ ହୁଅ ଠିଆ

ଜଳରେ ହେଉ ବା ଘୋର ଅରଣ୍ୟରେ

  ହୋଇଛ ତାହାଙ୍କୁ ସାହା।

ଭାରି ସଭା ମଧ୍ୟେ କା ଲାଜ ରଖିଛ

  କାହାକୁ ଦେଇଛ ଅନ୍ନ

କାହାପାଇଁ ତୁମେ ସୈନିକ ସାଯିଛ

 କାହାର ଫେଡ଼ିଛ ଦୈନ୍ୟ।

ଏମିତି ଠାକୁର ଜଗତେ ବିରଳ

 ତୁମେ ଜଗତ ବାନ୍ଧବ

ଏ ଦୀନ ଅଧମ ପଶୁଛି ଶରଣ

 ଚରଣେ ଶରଣ ଦେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational