STORYMIRROR

Bijaya Swain

Inspirational

3  

Bijaya Swain

Inspirational

ଜଗନ୍ନାଥ ହେ ତୁମେ

ଜଗନ୍ନାଥ ହେ ତୁମେ

1 min
138


ଜଗନ୍ନାଥ ହେ ତୁମେ କେଡ଼େ ସୁନ୍ଦର

   ଜଗନ୍ନାଥ ହେ

ଚକା ଚକା ଆଖି ଅଧା ଚାନ୍ଦ ମୁଖ

ଚକା ଚକା ଆଖି ଅଧା ଚାନ୍ଦ ମୁଖ

 ମୋହି ନିଅ ଭକ୍ତ ହୃଦ କନ୍ଦର।

    ଜଗନ୍ନାଥ ହେ,,,,,,,,

ଆହା କେଡେ ଶୋଭା ମୁନି ଜନ ଲୋଭା

 ଅପରୂପ କାନ୍ତି ଅଟେ ତୁମର

ହାତ ନ ଥାଇ ବି ଚଉ ବାହା ମେଲି

  ଜାଚି ଦେଉଅଛ ଅଭୟ ବର

ସାରା ଜଗତରେ ପଡ଼ି ଅଛି ହୂରୀ

ସାରା ଜଗତରେ ପଡ଼ି ଅଛି ହୁରୀ

 ଜଗବନ୍ଧୁ ପରା ନାମେ ତୁମର।

   ଜଗନ୍ନାଥ ହେ,,,,,,

ଅନାଥ ର ନାଥ କାଳିଆ ସାଆନ୍ତ

 କେ ହେବ ଗୋସାଇଁ ତୁମରି ପରି

ଭକତ ପାଇଁ କି କରୁଣା ଭଣ୍ଡାର

 ଦେଇଥାଅ ପରା ସର୍ବଦା ଖୋଲି

ଭାବକୁ ନିକଟ ଅଭାବ ରେ ଦୂର

ଭାବକୁ ନିକଟ ଅଭାବ ରେ ଦୂର

 ଏହି ପରା ପ୍ରଭୁ ନୀତି ତୁମ୍ଭର।

  ଜଗନ୍ନାଥ ହେ ତମେ କେଡେ ସୁନ୍ଦର

   ଜଗନ୍ନାଥ ହେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational