STORYMIRROR

Bijaya Swain

Inspirational

4  

Bijaya Swain

Inspirational

ଆଜି ମନେ ପଡ଼େ ବୋଉ

ଆଜି ମନେ ପଡ଼େ ବୋଉ

1 min
300


ତୋ ଆସିବା କେବେ ହେଲା

  ଏଇ ଧରା ଧାମ କୁ

ମୁଁ ତ ଦେଖିନି,

 ତୋ ଯୋଗୁଁ ମୁଁ ଦେଖିଲି ଦୁନିଆଁ

ଆଉ ଆତ୍ମୀୟ ସ୍ୱଜନ ଙ୍କୁ।

ତୋ ସେନେହ ତୋ ଶର ଧା

ସବୁ ଆଜି ଗୋଟି ଗୋଟି ମନେ ପଡ଼େ

ଚଳଚ୍ଚିତ୍ର ର ପରଦା ରେ

ନେତ୍ର ସାମ୍ନା ରେ ନାଚି ଯାଏ

ଆଜି ଏ ଜଞ୍ଜାଳ ଭି ଡେ।

ପବିତ୍ର ତିଥି ଆଜି

 ସୂର୍ଯ୍ୟାସ୍ତ ପୂର୍ବରୁ ଚାଲିଗଲୁ

  ସେ ଅଫେରା ରାଇଜେ

ଭୋଗି ଥିଲୁ ଅସରନ୍ତି ଦୁଃଖ

ଯେତେ ମୁଁ ଖୋଜୁଛି ତୋତେ

  ପାଏ ନାହିଁ ଆଖି ଖୋଲା ଥିଲେ

ଦେଖା ଦେଉ ଯେବେ ଆଖି ବୁ ଜେ।

କୋଡିଏ ବର୍ଷ ହେଲା

ପାଉ ନାହିଁ ତୋତେ

ତୋର ତ ଅବସ୍ଥାନ ମୋ ହୃଦ କନ୍ଦରେ

 ପୂଜୁ ଥିଲି ପୂଜୁଅଛି ଆଉ ପୂଜିବି ମଧ୍ୟ

 ପ୍ରାଣ ଯେତେଦିନ ଥିବ ପିଂଡେ।

ନାଁ ତୋ ଦେବକୀ

କେତେ ଦୁଃଖ କଷ୍ଟ ସହି

ପାଳିଛୁ ପୋଷିଛୁ ମୋତେ

କୃଷ୍ଣ ମାତା ଦେବକୀଙ୍କ ପରି

 ଭୁଲି କି ପାରିବି ସତେ!

କୋଟିଏ ପ୍ରଣତି ବାଢେ

ପାଦରେ ତୋହର

ତୋ ଆଶିଷ ଥିଲେ ମୋ ମଥାରେ

 ନ ଥିବ କାହା କୁ ଡର

 ନ ଥିବ କାହା କୁ ଡର।

ବୋଉ ଲୋ ତୋ ପାଇଁ ସମର୍ପିତ

 କେଇପଦ କବିତା ର ପଂକ୍ତି ମୋର

  ମୁଁ ବିଜୟ ପୁତ୍ର ତୋର

   ତୁ ପରା ଜନନୀ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational