ମୋ ହ୍ରୁଦୟର କଥା
ମୋ ହ୍ରୁଦୟର କଥା
କହିବି କଥା ଏ ସଭିଙ୍କୁ ବନ୍ଧୁ ହେ
ମୋ କଥା କୁ ହେଜ ରଖିଥିବ
ତୁମ ପରେ ଯିଏ ବିଶ୍ୱାସ ରଖିଛି
ତା ବିଶ୍ୱାସେ ବିଷ ନ ଭରିବ।
ଆପଦେ ବିପଦେ କାହା ପାଖେ ଯେବେ
ଠିଆ ହୋଇ କେବେ ନ ପାରିବା
ସୁଖ ଯଦି କାରେ ନ ଦେଇ ପାରିବା
ଦୁଃଖର କାରଣ ନ ହୋଇବା।
ମିଠା କଥା ଯଦି ନ କହିବା କାରେ
କର୍କଶ ବଚନ ନ କହିବା
ସତ କଥା କହି ଦୁଃଖ ମିଳେ ଯଦି
ମିଥ୍ୟାକୁ ଆଶ୍ରୟ ନ କରିବା।
ଜୀବନ ଜଞ୍ଜାଳେ ସଢ଼ି ଯିବା ପଛେ
ଅଧର୍ମ ପଥ ରେ ନ ଗମିବା
ସତ୍ୟ ପଥେ ଚାଲି ଆସୁ ଝଡ଼ ଝଞ୍ଜା
ବିଭୁ ପଦେ ଧ୍ୟାନ ରଖୁଥିବା।
ବିଭୁ ପଦେ ଧ୍ୟାନ ରଖୁଥିବା।
