STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ଅହଙ୍କାର

ଅହଙ୍କାର

1 min
187

ବାସ ବି ନ ଥାଉ ରଙ୍ଗ ବି ନ ଥାଉ

ମହକ ରହିଛି ଭରି

ସେହି ସୁଗନ୍ଧରେ ମମତାରେ ବାନ୍ଧି

କରିବା ଆପଣା ପାରି


ରଙ୍ଗ ରୂପ ଥିଲେ ମହକ ନଥିଲେ

ସେ ଜୀବନ ମୂଲ୍ୟହୀନ

ସଭ୍ୟ ସମାଜରେ ସଭିଙ୍କ ହୃଦୟେ

ସିଏ ପାଇବକି ସ୍ଥାନ


ନାରୀ ପରା ଅଟେ ଦେବୀର ସ୍ୱରୂପ

ଶକ୍ତିମୟୀ ଦୀପ୍ତିମୟୀ

ତାହାର ଆଲୋକେ ଏ ଧରା ସୁନ୍ଦର

ପ୍ରେମେଜିତେ ସବୁଠାଇଁ


ବୟସ ସୁଅରେ ଦିଶିଲେ ମଳିନ

ହୃଦୟ ଫୁଲର ପରି

ମମତା ମଧୁର ସ୍ନେହ ପ୍ରୀତି ଶ୍ରଦ୍ଧା

ଅନ୍ତରେ ରହିଛି ଭରି


ରାଗ ଅହଂକାର କପଟକୁ ତେଜି

ସମ୍ପର୍କ କରିବା ଦୃଢ

ଭାଙ୍ଗି ଦେବା ଯେତେ କୁକର୍ମ ପ୍ରାଚୀର

ନିଶ୍ଚୟ ଜିତିବା ଗଡ଼


ଚାଲୁ ଚାଲୁ ବାଟ କେବେ ସରିଯିବ

ଆମକୁତ ଜଣାନାହିଁ

ଗାଉଥିବା ଆମେ ମିଳନ ସଂଗୀତ

ବାଜୁ ଥିବ ସାହାନାଇ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational