STORYMIRROR

Pravatirani Mohanty

Inspirational

3  

Pravatirani Mohanty

Inspirational

ଆଖି ଥାଇ ଅନ୍ଧ

ଆଖି ଥାଇ ଅନ୍ଧ

1 min
219

ଚାଲୁ ଚାଲୁ ବାରବାର ଝୁଣ୍ଟୁ ଥିବୁ

ନୁହେଁ ତୋ ପାଦର ଦୋଷ

ଆଖି ଥାଇ ଅନ୍ଧ ଭଳି ତୁ ଚାଲିଲେ

ପାଇବୁ ଅନେକ କ୍ଳେଶ 


ଆଖି ନାକ କାନ ହାତ ଗୋଡ଼ ଯାହା

ଖଞ୍ଜି ଦେଇଛି ବିଧାତା

ଦେଖି ପରଖି କି ବାଟଚାଲୁ ଥିଲେ 

ଆଗକୁ ନା ଥାଏ ଶଙ୍କା


ସତଚିନ୍ତା କରି ସତ କର୍ମ ଆଚରି

ଧରମ ପଥକୁ ଧରି

ହାତେ ମାପି କରିଚାଖଣ୍ଡେ ଚାଲିଲେ 

 ବିପଦ ଟି ଜୀବ ଟଳି


ବେଳ ଥାଉ ବନ୍ଧ ବାନ୍ଧରେ କୁମର

ଏହା ତ ଶାସ୍ତ୍ରର ବାଣୀ

ସମାଜ ଆଗରେ ଦର୍ପଣ ପରାୟେ

ଲେଖେ ସତ୍ୟର କାହାଣୀ


ଦେଖି ଚାହିଁ ବୁଝି ବିଚାରି ସବୁକୁ

କର୍ମେ ଦେଇଥିବୁ ମନ

ବିପଦ ଟଳିବ ତୋ ଚଲା ପଥରୁ

ବେଳହୁଁ ତୁ ସାବଧାନ


ଅନ୍ୟାୟ ଅନୀତି ଦେଖି କରି ଯଦି

ଅଣଦେଖା କରି ଯିବୁ

ଆଖି ଥାଇ ଅନ୍ଧ କହୁଥିବେ ଲୋକ

ଭଲ ପଣ ହରାଇବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational