Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଅନନ୍ତ ଗୋସାଇଁ ଙ୍କୁ ଜଣାଣ

ଅନନ୍ତ ଗୋସାଇଁ ଙ୍କୁ ଜଣାଣ

1 min
163



ଦୟାର ସାଗର

ଦରଦୀ ଦେବତା

ପ୍ରଭୁ ଅନନ୍ତ ଗୋସାଇଁ ।


ଶତ ସ୍ୱରଗର

ତାପ ନାଶନ ତୁ

ଶାରଦେ ଜଗତ ସାଇଁ ।


ସକଳ ପ୍ରାଣ ର

ମନ୍ଦାକିନୀ ଧାର 

ନିର୍ଝରେ ତୋହରି ପାଇଁ ।


ନର ଲଭେ ତହୁଁ

ଶାନ୍ତି ମୁହୁ ର୍ମୁହୁ

ଧରାରେ ଅଶାନ୍ତି ନାହିଁ ।


ଫୁଲ ର ମଧୁର

ବାସ ସୁବାସ ର

ଚତୁର୍ଦିଗେ ଚହଟଇ


ତୋହରି ଦୟା ରେ

ପୁଲକେ ହିୟା ତ 

ଅନ୍ତର ରେ ରହି ରହି ।


ବିପଦ ବାନ୍ଧବ

ଜଗତ ଠାକୁର

ପରମ ଦେବତା ତୁହି ।


ଯାହା ପାଇଁ ଯାହା

ଲୋଡ଼ା ଭବେ ତାହା

ଯୋଗାଇଛୁ ଆମ ପାଇଁ ।


ଶାରଦ ଗଗନେ

ବିମଳ ଚନ୍ଦ୍ରିକା

ହର୍ସଦ ମୁଖେ ଚାହଁଈ ।


ଦର୍ଶନେ ପୀରତି

ଆଛାଦଇ ସ୍ମୃତି

ତୁ ମୋର ପରାଣ ସାଇଁ ।


ଧର୍ମାଧିକରଣେ

ଦିଅ ହେ ସାହସ

ସତ କର୍ମ କରେ ମୁହିଁ ।


ଦୁସ୍କୃତି ଦମନ

ସୁକୃତି ପାଳନ

କରେ ମୁଁ ଅନନ୍ତ ସାଇଁ ।


ପ୍ରଣାମ କରଇ

ତୋର ପାଦେ ମୁହିଁ

ଅଭାଗା ଜନ ଅଟଇ ।


ତୋହରି ସଂସାର

ତୁହି ରକ୍ଷା କର

ହରି ହର ବ୍ରହ୍ମା ତୁହି ।



Rate this content
Log in

Similar oriya poem from Inspirational