ମୋହ ମାୟା ପାହାଚ
ମୋହ ମାୟା ପାହାଚ
ଜୀବନ ଆରମ୍ଭ କଲେ ଚଢ଼ିବାକୁ
ପଡେ ମୋହ ଓ ମାୟାର ପାହାଚକୁ ।
ଜୀବନ ସଂଗ୍ରାମ ଜାରି ରଖି ଚିର
ସେଥିରେ ହୁଅନ୍ତି ସର୍ବେ ଅଗ୍ରସର ।
ମୋହ ମାୟା ଜାଲ ଦିଏ ନିତ୍ୟେ ଶିକ୍ଷା
ବିବର୍ଦ୍ଧିତ କରେ ଜୀବନେ ପିପାସା ।
ଅନ୍ଧକାର ଦ୍ଵାରା ଭରା ହୋଇ ଥାଏ
ଯାହା ପାଇଁ ପ୍ରାଣୀ ନିତି ଦୁଃଖ ସହେ ।
ଦୁର୍ଘଟଣା ବାଧା ବିଘ୍ନ ଦୁର୍ବିପାକ
ଅଶାନ୍ତି ଦୁଶ୍ଚିନ୍ତା ଉଦ୍ବେଗ କାରକ ।
ହୋଇ ଅତି ହନ୍ତସନ୍ତ କରାଏ ଯେ
ବାହାରି ନ ପାରେ ଯହିଁରୁ ସହଜେ ।
ଚାଲୁଥାଏ ନିତି ମୋହ ମାୟା ଜାଲ
ମୋହନ ବନ୍ଧନ କରଇ କବଳ ।
ଉଠି ପଡ଼ି ଧାଏଁ ଅବିରତ ରିପୁ
ସଂହାରି ଯେ ଯୋଗବଳେ ତାପୁ ।
ଉଦ୍ଧାର ଯେ ପାଇ ଥାଏ ସେ ହି ଜନ
ମୋହ ମାୟା ଜାଲ ଆହା କି ମୋହନ ।
ପଡ଼ି ଗଲେ ଥରେ ବିଲୁପ୍ତ ଚେତନ
ଦୁଃଖ କଷ୍ଟ ପୀଡ଼ା ସହି ଅନୁକ୍ଷଣ ।
