STORYMIRROR

Haramohan Jena

Abstract Inspirational

4  

Haramohan Jena

Abstract Inspirational

ଫରକ

ଫରକ

1 min
582

ଭିଜି ନିନ୍ଦା ଜଳେମଜି କୃଷ୍ଣ ପ୍ରେମେ

ରାଧା ମୀରା ଦୁଇ ଜଣ

ହୋଇଥିଲେ ଲୀନ ଗାଥା ଏ ମହାନ

ରହିଛି ଫରକ ଭିନ୍ନ

ଶୁଣି ବଂଶୀ ସ୍ବନ ଧାଏଁ କୁଞ୍ଜବନ

ରାଧା ବିରହଣୀ ସାଜି

ଜମୁନା କୂଳରେ କଦମ୍ଵ ମୁଳରେ

କୃଷ୍ଣ ସତ୍ତା ଖାଲି ଖୋଜି

ହୃଦେ ବୃନ୍ଦାବନେ ମୀରା କୃଷ୍ଣ ନାମେ

ମଗ୍ନ କ୍ଷଣେ ଅନୁକ୍ଷଣେ

କୃଷ୍ଣମୟ ସତ୍ତା ଚର୍ତୁଦିଶେ ଦିଶେ

ସୟନେ ବା ଜାଗରଣେ

ବିଶ୍ବାସରେ ବିଷ ରାଧା ପିଉଥିଲା

ଭାବେ କୃଷ୍ଣ ଏକା ମୋର

ବିଷକୁ ବିଶ୍ୱାସେ ମୀରା ପିଇ ଭାବେ

କେବେ ହେବ କୃଷ୍ଣଙ୍କର

ପ୍ରିତି ଆଶେ ରାଧା ଜିତି ବି ହାରିଛି

ବଞ୍ଚିଥିଲା ମରି ମରି

ତ୍ୟାଗ ଦାନେ ମୀରା ହାରି ବି ଜିତିଛି

ମରିଥିଲା ବଞ୍ଚି ବଞ୍ଚି

କୃଷ୍ଣ ପ୍ରେମେ ସିନା ପୂଜାରିଣୀ ରାଧା

କୃଷ୍ଣଙ୍କର ପୂଜ୍ୟ ମୀରା

ପାଇବାର ଆଶା ଠାରୁ ତ୍ୟାଗ ବଡ଼ 

ଘୋସୁଛି ଜଗତ ସାରା



Rate this content
Log in

Similar oriya poem from Abstract