STORYMIRROR

Haramohan Jena

Abstract Inspirational

4  

Haramohan Jena

Abstract Inspirational

ଫରକ

ଫରକ

1 min
590

ଭିଜି ନିନ୍ଦା ଜଳେମଜି କୃଷ୍ଣ ପ୍ରେମେ

ରାଧା ମୀରା ଦୁଇ ଜଣ

ହୋଇଥିଲେ ଲୀନ ଗାଥା ଏ ମହାନ

ରହିଛି ଫରକ ଭିନ୍ନ

ଶୁଣି ବଂଶୀ ସ୍ବନ ଧାଏଁ କୁଞ୍ଜବନ

ରାଧା ବିରହଣୀ ସାଜି

ଜମୁନା କୂଳରେ କଦମ୍ଵ ମୁଳରେ

କୃଷ୍ଣ ସତ୍ତା ଖାଲି ଖୋଜି

ହୃଦେ ବୃନ୍ଦାବନେ ମୀରା କୃଷ୍ଣ ନାମେ

ମଗ୍ନ କ୍ଷଣେ ଅନୁକ୍ଷଣେ

କୃଷ୍ଣମୟ ସତ୍ତା ଚର୍ତୁଦିଶେ ଦିଶେ

ସୟନେ ବା ଜାଗରଣେ

ବିଶ୍ବାସରେ ବିଷ ରାଧା ପିଉଥିଲା

ଭାବେ କୃଷ୍ଣ ଏକା ମୋର

ବିଷକୁ ବିଶ୍ୱାସେ ମୀରା ପିଇ ଭାବେ

କେବେ ହେବ କୃଷ୍ଣଙ୍କର

ପ୍ରିତି ଆଶେ ରାଧା ଜିତି ବି ହାରିଛି

ବଞ୍ଚିଥିଲା ମରି ମରି

ତ୍ୟାଗ ଦାନେ ମୀରା ହାରି ବି ଜିତିଛି

ମରିଥିଲା ବଞ୍ଚି ବଞ୍ଚି

କୃଷ୍ଣ ପ୍ରେମେ ସିନା ପୂଜାରିଣୀ ରାଧା

କୃଷ୍ଣଙ୍କର ପୂଜ୍ୟ ମୀରା

ପାଇବାର ଆଶା ଠାରୁ ତ୍ୟାଗ ବଡ଼ 

ଘୋସୁଛି ଜଗତ ସାରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Abstract