STORYMIRROR

Haramohan Jena

Inspirational

3  

Haramohan Jena

Inspirational

ମଣିଷ

ମଣିଷ

1 min
300

କୋଟି ଜନମର ପୂଣ୍ୟ ଫଳ ଥିଲେ

ମଣିଷ ଜନମ ମିଳେ

ତଥାପି ମଣିଷ ସାଜେ ଅମଣିଷ

ପଡିଯାଇ ମାୟା ଜାଲେ  (୧)


ଜନମ ମରଣ ମଧ୍ୟେ କେତେଦିନ

ଫୁଟେ ପରା ଫୁଲ ହୋଇ

ମଣିଷ ବୁଝେନା କାହିଁକି କେଜାଣି

ତୋଫାନ ଡାକି ଆଣଇ   (୨)


ଭାଇର ଛାତିରେ ଛୁରୀ ମାରେ ଭାଇ

ଇୟେ କି କାହାରି କହ

ମଣିଷ ରକତ ମଣିଷ ପିଉଛି

ଭାବିଲେ ଉଠୁଛି କୋହ  (୩)


ମଣିଷ ମଣିଷ ଭିତରେ ପାଚେରୀ

କାହିଁକି ପାଚେରୀମୟ

ପାଚେରୀକୁ ଡେଇଁ ମଣିଷ ହେବାକୁ

ଲାଗୁଛି ତଥାପି ଭୟ   (୪)


ମଣିଷ ଭିତରେ ମଣିଷ ପଣିଆ

ବୋଧେ ଯାଇଅଛି ମରି

ପଶୁ ଠାରୁ ହୀନ ହୁଏ ଦିନୁଦିନ

ହିଂସ୍ର ଆଚରଣ ବରି   (୫)



Rate this content
Log in

Similar oriya poem from Inspirational