STORYMIRROR

Haramohan Jena

Inspirational

3  

Haramohan Jena

Inspirational

ମଣିଷ

ମଣିଷ

1 min
312

କୋଟି ଜନମର ପୂଣ୍ୟ ଫଳ ଥିଲେ

ମଣିଷ ଜନମ ମିଳେ

ତଥାପି ମଣିଷ ସାଜେ ଅମଣିଷ

ପଡିଯାଇ ମାୟା ଜାଲେ  (୧)


ଜନମ ମରଣ ମଧ୍ୟେ କେତେଦିନ

ଫୁଟେ ପରା ଫୁଲ ହୋଇ

ମଣିଷ ବୁଝେନା କାହିଁକି କେଜାଣି

ତୋଫାନ ଡାକି ଆଣଇ   (୨)


ଭାଇର ଛାତିରେ ଛୁରୀ ମାରେ ଭାଇ

ଇୟେ କି କାହାରି କହ

ମଣିଷ ରକତ ମଣିଷ ପିଉଛି

ଭାବିଲେ ଉଠୁଛି କୋହ  (୩)


ମଣିଷ ମଣିଷ ଭିତରେ ପାଚେରୀ

କାହିଁକି ପାଚେରୀମୟ

ପାଚେରୀକୁ ଡେଇଁ ମଣିଷ ହେବାକୁ

ଲାଗୁଛି ତଥାପି ଭୟ   (୪)


ମଣିଷ ଭିତରେ ମଣିଷ ପଣିଆ

ବୋଧେ ଯାଇଅଛି ମରି

ପଶୁ ଠାରୁ ହୀନ ହୁଏ ଦିନୁଦିନ

ହିଂସ୍ର ଆଚରଣ ବରି   (୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Inspirational