ଯଉବନ
ଯଉବନ
ଫୁଲ ପରି ଫୁଟି ବାସ ଚହଟାଏ
ଜୀବନରେ ଯଉବନ
ରଙ୍ଗର ମୁରୁଜ ଆଶା ଅକେହୁତ
ବୁଣେ ଅନେକ ଉନ୍ମାଦ ।
ଖଜୁରୀ ରସ ସେ ଥିଲେ ଅନ୍ଧାରରେ
ସ୍ବଚ୍ଛ ମଧୁର ପାନୀୟ
ଖରା ବାଜି ନିଶା ଗଲେ ଥରେ ଲାଗି
ବାସିରେ ମାତାଲ୍ ଭୟ ।
କାମନାର ନିଆଁ ଜାଳେ ଯଉବନ
ଲାଗେ କଳଙ୍କର ଚିହ୍ନ
ବାସିଫୁଲ ଅବା ପାଲଟେ ଅଙ୍ଗାର
ଶରୀର ମନ ଓ ପ୍ରାଣ ।
ଦେହେ ଅଛି ଦାହ ଦାହ ଥିଲେ ମୋହ
ମୋହରେ ବନ୍ଧା ତ ମନ
ଯଉବନ ପାଇଁ ହେଉ ଅମାନିଆ
କାହିଁକି ରେ ବାଇମନ ।
ଯଉବନ ରଙ୍ଗ କଲେ ଆକର୍ଷିତ
ରହେ ନାହିଁ ଚିରଦିନ
ଚିର ଯଉବନ କରିଲେ ଦର୍ଶନ
ଜୀବନ ହୋଇବ ଧନ୍ୟ ।
