STORYMIRROR

Bijoy Jena

Inspirational

3  

Bijoy Jena

Inspirational

ସକାଳର ଜଣାଣ

ସକାଳର ଜଣାଣ

1 min
318

ବେଳକୁ ବେଳ ତ ଦୁଃଖ  

ହରିନେଲା ସବୁ ସୁଖ 

ବିଷମ ସଙ୍କଟେ ପଡ଼ି ବୁଦ୍ଧି ହଜଇ

ତୁମେ ଥାଉ ଥାଉ ନାଥ

ଖୋଜି ଖୋଜି ସତ ପଥ।

ପାଉ ନାହିଁ ଜମା ପ୍ରଭୁ ଦିଅ ବତାଇ

 ତୁମେ ଏକା ସାହାରା ମୋର

 ଜୟ ଜୟ ଜଗନ୍ନାଥ ଉଦ୍ଧାର କର।

ମହୋଦଧି ତୀରେ ରାସ

ନୀଳାଚଳ ଅଧିବାସ

ଛପନ ଭୋଗରେ ତୁମେ ସନ୍ତୁଷ୍ଟ ହୋଇ

ପତିତପାବନ ବାନା

ଉଡାଇ ହୁଅ ଅଜଣା

ଭକତ ଜନଙ୍କ ପାଇଁ  

ପରୀକ୍ଷା ନେଇ

ତୁମ ଲୀଳା ବୁଝି ହୁଏନା 

ତୁମ ପାଇଁ ବଡଦାଣ୍ଡେ ରାତି ପାହେନା।

ଏତିକି ସୁଦୟା ହେବ

ଡୋରି ତୁମ ଲାଗୁଥିବ

ପ୍ରତିବର୍ଷ ରଥଯାତ ଦେଖିବ ନେତ୍ର

ନନ୍ଦିଘୋଷ ଗଡୁଥିବ

ଦଉଡିରେ ହାତ ଥିବ

କ୍ଷମୁଥିବ ଜଗବନ୍ଧୁ ଯେତେ ଅପରାଧ

ମୂଢ଼ ମୁହିଁ ମାଗେ ଶରଣ

ଘେନା କରି ମନୋବାଞ୍ଛା କର ପୂରଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational