STORYMIRROR

Jagannath Barik

Inspirational

3  

Jagannath Barik

Inspirational

ମୋ ଭାଷା ଓଡ଼ିଆ

ମୋ ଭାଷା ଓଡ଼ିଆ

1 min
365


ମୋ ଭାଷା ଓଡ଼ିଆ ସବୁଠୁ ବଢ଼ିଆ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ 

ଅଣଚାଶ ବର୍ଣ୍ଣ ଲିପି ମନୋରମ ବ୍ୟାକରଣ ଶୁଦ୍ଧ ପୂତ |1|


ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଦେଇଥାଏ ମୋ ଭାଷାର ପରିଚୟ

ଭାଗବତ ଘରେ ମନ୍ଦିରେ ସାଇତା ତାଳପତ୍ର ପୋଥିଚୟ |2|


ମୋ ଓଡ଼ିଆ କବି ଉପଇନ୍ଦ୍ର ଭଞ୍ଜ କହିପାରେ ଭୁଜ ତୋଳି 

ରବି ତଳେ କବି ପଣେ କେଉଁ ପୁଅ ତାହା ଠାରୁ ଯିବ ବଳି |3|


ଜୟଦେବଙ୍କର ଗୀତଗୋବିନ୍ଦରେ ନାଚୁଥିଲେ ବନମାଳୀ    

ଜୟୀ ରାଜଗୁରୁ ଗୀତରେ ଗୀତରେ ସାଜିଲେ ପାଇକ ମେଳି |4|


ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତ ସଂପୂଜିତ ଘରେ ଘରେ 

ଦୀନକୃଷ୍ଣଙ୍କର ରସକଲ୍ଲୋଳରୁ କାବ୍ୟ ରସ ଧାରା ଝରେ |5|


ଶୁଦ୍ଧ ମନ୍ଦାକିନୀ ସମ ଏ ଓଡ଼ିଆ ଭାଷା ନଈ ଯାଏ ବହି 

କାବ୍ୟ କବିତା ଗଳ୍ପ ନାଟକ ସଂଗୀତ କଲ୍ଲୋଳ ନେଇ |6|


ଓଡିଶୀ ସମ୍ବଲପୁରୀ ଆଦିବାସୀ ନୃତ୍ୟ ଗୀତ ଲୋକକଳା 

ପାଲା ଦଣ୍ଡ ଦାସକାଠିଆ ଧୁଡୁକି ଗୋଟିପୁଅ ଏକତାରା |7|


 ମୋ ଭାଷା ଓଡ଼ିଆ ଜ୍ଞାନ ଗନ୍ତାଘର ସର୍ବ ସମ୍ପଦର ଖଣି 

 ସଂସ୍କୃତର ସମକକ୍ଷ ରସାଣିତ ଭାଷାର ମଉଡମଣି |8|


 ଆଜିର ଓଡ଼ିଆ ଭଞ୍ଜ ରାଧାନାଥ ଗଙ୍ଗାଧର କୃତି ଭୁଲି 

 ଛନ୍ଦହୀନ କ୍ଷୁଦ୍ର କବିତା ଲେଖନ୍ତି ବିଜାତୀୟ ରଙ୍ଗ ବୋଳି |9|


 ସାହିତ୍ୟରେ ମାଡ଼ିଲାଣି ଧଳା ଛଉ ବେଳୁ ହୁଅ ସାବଧାନ 

 ରାଜରାଣୀ ଭାଷା ନକର ଉପେକ୍ଷା ହେଜି ଜାତି ସ୍ୱାଭିମାନ |10|



Rate this content
Log in

Similar oriya poem from Inspirational