ବିଚାରା ହାତୀ
ବିଚାରା ହାତୀ
ଲୋକ ଉଜାଡନ୍ତି ବଣ ଜଙ୍ଗଲକୁ
ହାତୀ ଉଜାଡନ୍ତି ଗାଁ
ଲୋକଙ୍କୁ ମିଳଇ କ୍ଷତି ପୂରଣତ
ହାତୀଙ୍କୁ କିଏବା ସାହା !
ଲୋକଙ୍କ ଚାହିଦା ପୂରଣ ପାଇଁକି
ବଣ ଶିରି ଗଲା ତୁଟି
ଚାହିଦା କୁ ଚାହିଁ ଖାଦ୍ୟ ମିଳେନାହିଁ
ଗାଁରେ ପଶନ୍ତି ହାତୀ ।
ଲୋକମାନେ ମିଶି ତଡିବାକୁ ହାତୀ
ଫୁଟାନ୍ତି ହାବେଳୀ ବାଣ
ଛାନିଆରେ ହାତୀ ଧାଏଁ ଏଣେତେଣେ
ବଞ୍ଚାଇବା ପାଇଁ ପ୍ରାଣ ।
ଆଗରେତ ତାର ପଡି ଥାଏ ଯାହା
ପାଦରେ ଦିଏ ସେ ଦଳି
ହେଉ ଘରଦ୍ବାର ହେଉ ସେ ମଣିଷ
ରାଗରେ ସେ ଜଳିଜଳି ।
ଲୋକଟିଏ ଯଦି ହାତୀ ଯୋଗୁ ମରେ
ଦୁନିଆ ଲୁହରେ ତିନ୍ତା
ଲୋକଙ୍କ ଦାଉରେ ହାତୀ ମରୁଛନ୍ତି
ନାହିଁତ କାହାରି ଚିନ୍ତା !
ହାତୀମାନେ ଆମ ରାଇଜ ଗରବ
ରାଜା ଆମ ଗଜପତି
ହାତୀ ବ°ଶ ନିତି ଲୋପ ପାଉଅଛି
ପରିବେଶ ପାଇଁ କ୍ଷତି ।
ହାତୀ ଙ୍କ ସୁରକ୍ଷା ପରିବେଶ ରକ୍ଷା
ଏବେଠୁ ନଦେଲେ ଧ୍ୟାନ
ହାତୀ ହୋଇଯିବେ ଇତିହାସ କଥା
ଭୂଗୋଳେ ନଥିବ ଚିହ୍ନ ।
