STORYMIRROR

DR SAMIR RANJAN BEHERA

Abstract Children Stories Classics

3  

DR SAMIR RANJAN BEHERA

Abstract Children Stories Classics

ପହିଲି ମୌସୁମୀ

ପହିଲି ମୌସୁମୀ

1 min
267

         


ପହିଲି ମୌସୁମୀ

ଚୁମି ଥାଏ ନିଦାଘ ତପ୍ତିଭୁତ ଧରା ବକ୍ଷ କୁ

ମତୁଆଲା ପବନ ପୁଣି କଳା ବାଦଲ

ତାସଂଗେ ମାଦକ ଭରା ଶୀଥିଳତା

ଝିପି ଝିପି ବର୍ଷା କୁ ଦଲକାଏ ସମୀର

ସତେ ପ୍ରକୃତି ର ଏ କି ବାସ୍ତବତା ll

ନଦୀ ନାଳ ସବୁ ପୁରିଲା ପୁରିଲା

ପ୍ରକୃତି ସବୁଜିମା ବି ଭରିଲା ଭରିଲା

ବାଇଚଢେଇ ର ଝୁଲାଣ

ଆଉ ପ୍ରେମ ଭିଜା ମନର ଶିହରଣ

ଓଦା ମାଟିର ବାସ୍ନା

ସୂର୍ଯ୍ୟ ର ଲୁଚକାଳି

ତାସଂଗେ ଇନ୍ଦ୍ରଧନୁ ର ମେଲାଣି ll

ହଜି ଯାଏ ମନ ହଜେ ହୃଦୟ

ପହିଲି ମୌସୁମୀ ର ଶୀତଳତା ରେ

ଚାଷୀ ଭାଇ ଙ୍କ ସନ୍ତର୍ପଣ ରେ

ପଶୁ ପକ୍ଷୀ ଙ୍କ ଆତ୍ମତୃପ୍ତି ରେ

ସିଝିଲା ଦେହ ଶାନ୍ତ ପଡ଼ିଯାଏ

 ଭିଜା ଦେହରେ ସନିଆ ଭାଇ

ହଳ ନେଇ କ୍ଷେତ କୁ ଯାଏ ll

ପହିଲି ମୌସୁମୀ ଅଳସ ସକାଳ

ଟିପି ଟିପି ପ୍ରେମ ର ବର୍ଷା

ମାଦକ ତାଳେ ଶିହରି ଯାଏ

ଝର ଝର ହେଇ ବୋହିଯାଏ

କାଗଜ ଡ଼ଙ୍ଗା ଟି ଭାସି ଭାସି ଯାଏ

କୁନି ପଡିଆ ରେ ଡେଇଁ ଡେଇଁ ଯାଏ ll

ପହିଲି ମୌସୁମୀ ର ପହିଲି ପ୍ରେମ

ପ୍ରେମ ଭିଜା ହୃଦୟ ବର୍ଷା ଭିଜା ଦେହ

ବିରହ ଉଷ୍ମତା, ଉଷ୍ମତା ବେଦନା

ସାଥୀ ଖୋଜେ ସାଥୀ ମିଶିଯିବାକୁ

ପ୍ରେମ ପକ୍ଷୀ ହେଇ ଉଡିଯିବାକୁ

ପହିଲି ମୌସୁମୀ ପହିଲି ଚୁମ୍ବନ

ଦେଇ ଦେଇ ଯାଏ ଧରା ବକ୍ଷ କୁ ।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract