STORYMIRROR

DAMBURUDHARA BEHERA

Inspirational Children

3  

DAMBURUDHARA BEHERA

Inspirational Children

ହେ ବୋଷ ତୁଝେ ସଲାମ୍

ହେ ବୋଷ ତୁଝେ ସଲାମ୍

1 min
169


ଓଡ଼ିଶା ମାଆ କୋଳେ ଜନମ ହୋଇଲ

ରଚିଗଲ କୀର୍ତ୍ତି ସ୍ତମ୍ଭ

ଦିଲ୍ଲୀ ଚଲୋ କହି ଗଢ଼ିଲ ଫଉଜ

ଛାଡି ଗଲ ପ୍ରତିବିମ୍ବ।।୧।।


ଭାରତ ମାତାକୁ ମୁକ୍ତି ଦେବା ପାଇଁ

କରିଲ ଜୀବନେ ପଣ

ଗୁଳିର ଜବାବ ବନ୍ଧୁକେ ଫୁଟାଇ

ବିଶ୍ୱରେ ହୋଇଲ ଗଣ ।।୨।।


ବିଦେଶୀ ଆଗରେ ସ୍ୱଭାବ ନ ହାରି

ଭୋଗିଥିଲ କାରାଦଣ୍ଡ

ଜୀଇଁଗଲ କେତେ ଯୁଗ ଯୁଗ ପାଇଁ

ଦମନ କରି ଉଦଣ୍ଡ।।୩।।


ଦେଶ ସ୍ବାଧୀନର କଚ୍ଛପ ଗତିକୁ

ଦେଲ ନବ ଉଗ୍ର ରୂପ

ଫରୱାର୍ଡ ବ୍ଲକ  ତୁମ ହାତ ଗଢା

   ପାଇଲା ନ୍ୟାଯ୍ୟ ଅମାପ।।୪।।


ଆଜୀବନ ଦେଲ  ଆହ୍ୱାନ ଆମକୁ

 ସମ୍ପ୍ରତିର ସେତୁ ସାଜି

ମୋତେ ରକ୍ତ ଦିଅ ଦେବି ମୁଁ ସ୍ୱାଧୀନ

ଜୀବନେ ଲଗାଇ ବାଜି ।।୫।।


ଯୁବଶକ୍ତି ଦେଇ ଦେଖିଥିଲ କେତେ

        ଆଗାମୀ ଯୁଗର ସ୍ୱପ୍ନ

କୋଟି ଜନତାର ଜନ ନାୟକ ହେ !

        ଦେଶକୁ ଦେଲ ସ୍ଵାଧୀନ।।୬।।


ଜନମଭୂମିର    ବିକାଶ ପଥରେ

        ନେତାଜୀ ସୁବାଷ ନାମ

ତୁମେ ଦେଖିଥିବା ସ୍ୱପ୍ନ ଆଦର୍ଶକୁ      

         ଦେଉଛୁ ଆମେ ସଲାମ

         ହେ ବୋଷ ତୁଝେ ସଲାମ

             ତୁଝେ ସଲାମ।।୭।।

 

             

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational