STORYMIRROR

DAMBURUDHARA BEHERA

Others

3  

DAMBURUDHARA BEHERA

Others

କି ସୁନ୍ଦର ରାୟ

କି ସୁନ୍ଦର ରାୟ

1 min
173


ଧନ୍ୟ ସରକାର 

ଧନ୍ୟ ସୁପ୍ରିମ କୋର୍ଟ

କେଉଁ ଶବ୍ଦ ଫୁଲରେ

ମୁଁ ଗୁନ୍ଥିବି ତୁମ ପାଇଁ ହାର।

ଜରାଶ୍ରମ ନ ହେଉ

ବୃଦ୍ଧାର କୋଣାର୍କ

ଧର୍ମପଦ ନ ଦେଉ ଲମ୍ଫ

ଚନ୍ଦ୍ରଭାଗା କୂଳେ

ନ ଗଢୁ ଦଧିନଉତି ଚୁଳେ।

ହେ ପାଷଣ୍ଡ

ପୁତ୍ର, ପୁତ୍ରୀ

କୁଳର ଦାୟଦ

ପୁଅ-ବୋହୂ, 

ଝିଅ-ଜ୍ୱାଇଁ କି 

ନାତି-ନାତୁଣୀ

ନ ହୁଅ ଚୋର,ଚୋରଣୀ ।

ଦେଲେ ଦେହେ ହାତ

ମିଳିବନି ହକ

ସମ୍ପତ୍ତି ହରାଇବା ସହ

ଘରୁ ହେବେ ବେଦଖଲ

ମିଳିବନି ଅଧିକାର

ହେବ ନାହିଁ ଠୋଳ

ହେ କୁନ୍ତୀ ପୁତ୍ର ଗୋଲକ

ନ ମିଳିବ ସୁଚ୍ୟଗ୍ରେ ମେଦିନୀ

ଦେଲେ ନିର୍ଯ୍ୟାତନା

ହେ ଚନ୍ଦ୍ର ବଦନୀ

ହେବେ ତ୍ୟଜ୍ୟ ପୁତ୍ର ପୂତ୍ରୀ

ଅଗଣିତ ସମସ୍ତ

ନ ହୁଅ ରେ ବ୍ୟସ୍ତ

ଆମ ପରେ ନ୍ୟସ୍ତ

ହେ ପୁତ୍ର ପୁତ୍ରୀ

ସମସ୍ତ।।



Rate this content
Log in