STORYMIRROR

DAMBURUDHARA BEHERA

Others

4  

DAMBURUDHARA BEHERA

Others

ଏବେ ଚାରିଆଡେ ଖରାରେ ଧରା

ଏବେ ଚାରିଆଡେ ଖରାରେ ଧରା

1 min
223


 ଓହ୍ଲେଇ ଆସିଛି ସୂରୁଜ ଦେବତା ପରା !

ଏବେ ଚାରିଆଡେ ଖରାରେ ଧରା... (0)


ବଣ ଜଙ୍ଗଲେ ଲାଗିଛି ନିଆଁ 

ମାଟି ମାଆ କାନ୍ଦୁଛି କୁଆଁ କୁଆଁ 

ଥୁଣ୍ଟା ଗଛ ଲାଗେ ବତୀଖୁଣ୍ଟ ପରି 

ଏବେ ଚାରିଆଡେ ଖରାରେ ଧରା.... (1)


ଖାଁ ଖାଁ ଲାଗେ ମଶାଣି ଭୂଇଁ 

କେଁ କାଁ ଆଉ ନାଇଁ 

ଚେଙ୍କଦେଇ କିଏ 

ଉଭେଇ ଯାଇଛି

ଏବେ ଚାରିଆଡେ ଖରାରେ ଧରା... (2)


ଆମ୍ବ ପଣସର ଚାଲେ ଏବେ ଗୁଲିଖଟି 

ପଳାସ ନେଇକି ଆସିଛି ଗ୍ରୀଷମ ଛୁଟି 

ତରଭୁଜ କହେ ଖଜୁରୀ ତୁ 

କାହିଁ ଝୁଲୁଥାଉ କେରା କେରା 

ଏବେ ଚାରିଆଡେ ଖରାରେ ଧରା (3)


ସରବତ କହେ ପଖାଳକୁ

 ତୁ ଅତି ସିଆଣିଆ ପରା

ପେଟରେ ପଶିଲେ ମଣିଷ ଭୁଲେ ଦୁନିଆ 

ଲେମ୍ବୁ କୁତୁକୁତୁହେଇ ଜିଭକୁ ମାରେ ଟାକରା

ଏବେ ଚାରିଆଡେ ଖରା ଖରା (4)


ବାଟୋଇ କହୁଛି ଆହା କି ତାତି

ପାଣି ପାଇଁ ଏଠି ନାହିଁ ଜାତି ଅଜାତି

ଚପଲ , ଛତା, ଦରକାର ନିହାତି

ଏବେ ଚାରିଆଡେ ଖରାରେ ଧରା... (5)


ଆମ୍ବ ଡାଳେ ବସି କୋଇଲି ପକ୍ଷୀ 

ଏଡ଼େ ଟାଣ ଖରା କେବେ ନଥିଲା ଦେଖି 

ତ୍ରାହି ତ୍ରାହି କହେ ବିଶ୍ଵ ନିରେଖି

ଏବେ ଚାରିଆଡେ ଖରାରେ ଧରା (6)


ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି

ମନ ପୋଡ଼ିଗଲେ କିଏ ଜାଣନ୍ତି ?

ଓହ୍ଲେଇ ଆସିଛି ସୁରୁଜ ଦେବତା ପରା ! 

ଏବେ ଚାରିଆଡେ ଖରାରେ ଧରା (7)


ଜଙ୍ଗଲ କଟି ବସିଛି କଳ 

ନିଦାଘ ହେଲାଣି କାଳ

ବିଶ୍ୱବାସୀ ହେଲେ ବିକଳ

ଏବେ ଚାରିଆଡେ ଖରାରେ ଧରା (8)


ଓଜୋନ ଛତାରେ ହେଲାଣି କଣା 

ଜ୍ଞାନ , ବିଜ୍ଞାନ, ହେଲେ ବାଟବଣା

ଏକଥା ଆମକୁ କି ! ଅଜଣା

ଏବେ ଚାରିଆଡେ ଖରାରେ ଧରା (9)


ବେଳ ଥାଉଥାଉ ସୁଧର

ନ ହେଲେ ବିଶ୍ଵ ହେବ ଅଧିର

ଧରାରୁ ବୋହିବ ରୁଧିର

କାନ ଥାଉ ଥାଉ ହୁଅ ବଧିର

ଏବେ ଚାରିଆଡେ ଖରାରେ ଧରା(10)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍