ଅନୁଭୂତିର ଇନ୍ଦ୍ରଧନୁ
ଅନୁଭୂତିର ଇନ୍ଦ୍ରଧନୁ
1 min
265
ମୋ ଗାଆଁ
ମୋ ଗାଆଁର ସଞ୍ଜ ସକାଳ
ଏଇଠି ସବୁ ଲାଗେ ଆକାଶର ଇନ୍ଦ୍ରଧନୁ ସମ
କେତେ ସୁନ୍ଦର ପ୍ରାକୃତିକ ପରିବେଶର ତା ହୃଦୟ
ବାହାରକୁ ବୁଲି ଯିବା ପଡିନି ଦରକାର
ଐତିହାସିକ ଅବା ମନୋରମ ଧର୍ମପୀଠ ମାନ
ମୋ ଗାଆଁକୁ ଦେଖି ଲେଖିଛି କବିତା ଲାଳିତ୍ୟଭରା ମାଧୁର୍ଯ୍ୟପୂର୍ଣ୍ଣ
ଏଠି ଅନୁଭୂତିର ପେଡିପୁଟୁଳି ସାଉଁଟି ଲେଖିଚି
ପୋଖରୀ, ବିଲ, କୁକୁର, ବିରାଡିର ଉପକ୍ରମ, ଉପସଂହାର
ଆମ ଗାଆଁର କୁମ୍ଭାଟୁଆ, କୁଣ୍ଡାପେଟିଆ, କଜଳପାତିଙ୍କ ପାଇଁ
ମୋ ପାଖରେ ଲେଖିବାକୁ ଶବ୍ଦର ଅଭାବ
ପୂର୍ବ ଦିଗବଳୟରେ ଉଇଁଲେ ସୂରୁଜ
ତାଙ୍କର ଚାଲିଲା ଭୋଜି, ରଜ ମଉଜ
ଗିନା, ତାଟିଆ ଆବଶ୍ୟକ କ'ଣ
ମାଟି ତାଡି ପୋକ ଖାଇବାରେ ଭାରି ଧୁରନ୍ଧର
ଆଜି ପାଇଁ ଏତିକି କାଲିକି ଲେଖିବି ଆଉ ଗୋଟେ ନୂଆ ଗପ
