ଗରିବ ପ୍ରେମିକ
ଗରିବ ପ୍ରେମିକ
ମନ କଥା ମୋର ମନରେ ରହିଲା
କହିପାରିଲିନି ଖୋଲି,
ହୃଦୟର ବ୍ୟଥା ହୃଦରେ ରହିଲା
ହେଉନି ଆଉ ସମ୍ଭାଳି । ।
କେତେଦିନ ଆଉ ରହିବି ତୋ ବିନା
ଶୂନ୍ୟଶୂନ୍ୟ ଲାଗେ ସବୁ,
ଚାହିଁ ରହିଅଛି ତୋହରି ପଥକୁ
ପ୍ରିୟା ତୁ କେବେ ଆସିବୁ। ।
କାହିଁକି ଅବୁଝା ହେଉଛୁରେ ଧନ
ମୋକଥା ଟିକେ ମାନିଯା,
କେମିତି ବଞ୍ଚିଛି ତୋବିନା ପ୍ରିୟାଲୋ
ଥରୁଟେ ମୋତେ ଦେଖିଯା ।।
ଗରିବଟେ ଜାଣି ଭଲପାଉଥିଲୁ
ମୋତେ ଜାଣିକି ନଥିଲୁ,
ଗରିବ ବୋଲିକି ମୋହୃଦୟ ନାହିଁ
କାହିଁ ଏମିତି ଖେଳିଲୁ । ।
କର୍ମଫଳ ନେଇ ମଣିଷ ଜନମ
କର୍ମେ ଥିଲେ ହୁଏ ଧନୀ,
ଧନ ସଙ୍ଗେ ନେଇ କେ ଜନ୍ମ ହୋଇଛି
ଏହା କିଏ ଅଛି ଜାଣି ।।
ମୋ ଭାଗ୍ୟରେ ଆଜି ଗରୀବର ରେଖା
ଟଣାଅଛି କପାଳରେ,
ଗରୀବ ବୋଲିକି ବଞ୍ଚିବାଟା ମନା
ଏହି ରଙ୍ଗ ଦୁନିଆରେ ।।
ଭାବୁଛୁ କି ତୁହି ଧନୀ ପ୍ରେମୀ ପାଇ
ସୁଖରେ ଦିନ ବିତିବ ,
ମୋ ଭଲ ପାଇବା ସ୍ମୃତି ମନେପଡି
ଜଳି ଜଳି ଦିନଯିବ ।।
ହୋଇପାରେ ମୁହିଁ ଧନରେ ଗରୀବ
କିନ୍ତୁ ବଡହୃଦ ମୋର,
ଧୋକା କେବେ ତୋତେ ଦେଇ ନାହିଁ ପ୍ରିୟା
ସର୍ବଦା ଅଛୁ ହୃଦର ।।
ରଖିଥିଲି ତତେହୃଦୟେ ସାଇତି
ଏବେ ବି ରଖିଛି ମନେ,
ଭବିଷ୍ୟତରେ ବି ଥିବୁ ମୋ ହୃଦୟେ
ଏମନ ପଞ୍ଚ ପରାଣେ । ।

