STORYMIRROR

DR SAMIR RANJAN BEHERA

Abstract Children Stories Inspirational

3  

DR SAMIR RANJAN BEHERA

Abstract Children Stories Inspirational

ପକ୍ଷୀର ନୀଡ଼ ମଣିଷ ଘର

ପକ୍ଷୀର ନୀଡ଼ ମଣିଷ ଘର

1 min
218

ପକ୍ଷୀର ନୀଡ଼

ଆଉ ମଣିଷର ଘର

କିଛି ତଫାତ ଥାଏ କି ??

ଦୁଇଜଣଙ୍କ ଲକ୍ଷ୍ୟ ସୁରକ୍ଷିତ ରହିବା

ବଂଶ ବୃଦ୍ଧି କରିବା

ହେଲେ ବିଚରା ପକ୍ଷୀଟା ବଳି ପଡେ

କେଉଁ ବାତ୍ୟାର କ୍ରୋଶର

କିମ୍ବା କେଉଁ ଦାନଵର ଲେଲିହାନ ଫାସର ll

ନିରୀହ ପକ୍ଷୀ

କେଉଁ ଅପନ୍ତରାରୁ ନଡା କାଠି ଟେ

ଗୋଟେଇ ଗୋଟେଇ

ରଚନା କରେ ପ୍ରାଣ ପରସା ଦେଇ

ସ୍ବପ୍ନ ତାର ଖୁସିରେ ରହିବା ପାଇଁ

ମଣିଷ ବି ସଯତନେ ଘରଟେ ବନାଏ

ନିଜ ଲହୁ ଲୁହ ନିଗାଡ଼ି

ନିଜ ଭାବର ପରସା ଦେଇ

ତାର ବି ସ୍ବପ୍ନ ଖୁସିରେ ରହିବା ପାଇଁ ll

ଦୁଇଙ୍କ ଲକ୍ଷ୍ୟ ସିନା ଏକ

କିନ୍ତୁ ରାସ୍ତା ଆରେକ

ଜଣେ ଘର ପାଇଁ ନିଜ ଶ୍ରମ ଝାଳ ବୁହାଇଦିଏ

ଆରେକ ଟଙ୍କା ଫୋପାଡ଼ି

ଦାଦନ ଶ୍ରମିକର ରକ୍ତ ମାଂସ ଉପରେ

ଘରଟିଏ ଠିଆ କରେଇଦିଏ

ଜଣେ ଥାଏ ଈଶ୍ୱର ଭରଷାରେ

ଆରେକ ଟଙ୍କା କ୍ଷମତାର ଜଞ୍ଜିରରେ

ପକ୍ଷୀ ଟେ ମୁକ୍ତ ଆକାଶର

ସ୍ନେହ ଭଲପାଇବାର ବନ୍ଧନର

କିନ୍ତୁ ମଣିଷ .......

ଚାରିକାନ୍ଥ ଭିତରେ ଆବଦ୍ଧର ଘର

ଯେଉଁଠି ଅଭିନୟ ସ୍ନେହ ଭଲପାଇବାର

ଖାଲି ତାହେଲେ ଟଙ୍କା ଆଉ କ୍ଷମତାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract