STORYMIRROR

ଅନିଲ କୁମାର ଲେଙ୍କା

Abstract Children

3  

ଅନିଲ କୁମାର ଲେଙ୍କା

Abstract Children

ବସନ୍ତ ପଞ୍ଚମୀ

ବସନ୍ତ ପଞ୍ଚମୀ

1 min
178


ହିନ୍ଦୁ ପରମ୍ପରା ମଧ୍ୟେ ବସନ୍ତ ପଞ୍ଚମୀ ଅଟଇ ବିଶେଷ 

ପ୍ରତି ବର୍ଷ ମାଘ ଶୁକ୍ଳ ପଞ୍ଚମୀରେ ହୁଏ ତା ପରିପ୍ରକାଶ

ଏହି ଦିନ ଜ୍ଞାନ ଦେବୀ ମା ସରସ୍ୱତୀଙ୍କ ପୂଜା ଅବକାଶ

ଧରଣୀରେ ଅବିଲମ୍ବେ ହୁଅଇ ବସନ୍ତ ଋତୁର ପ୍ରବେଶ ।।

ବସନ୍ତ ପଞ୍ଚମୀକୁ ନେଇ ରହି ଅଛି ପୌରାଣିକ ଗୁରୁତ୍ବ

ଦେବୀ ସତୀ ଆଉ କାମଦେବଙ୍କର ଜନ ବୁଝିଥାନ୍ତି ତତ୍ତ୍ୱ

ଶୋଡଷ ଉପଚାର ଦ୍ବାରା ସହଜେ ଶୁଭ ଫଳ ହୁଏ ପ୍ରାପ୍ତ

ବୈବାହିକ ଜୀବନ ସୁଖପ୍ରଦ ହେବା ସହ ବଢେ ମହତ୍ୱ ।।

ଏହି ଦିନ ବ୍ରହ୍ମା ମାତା ସରସ୍ୱତୀଙ୍କର କରିଥିଲେ ସୃଷ୍ଟି ସନାତନ ଅନୁଗାମୀ ଏହି ଦିନେ ଶୁଭ କର୍ମେ ଦିଏ ଦୃଷ୍ଟି

ମା’ଙ୍କ ପୂଜାର୍ଚ୍ଚନା ସହ ଆଶୀର୍ବାଦ ପୁଷ୍ପ ସବୁ ହୁଏ ବୃଷ୍ଟି

ବିଦ୍ୟା ବୁଦ୍ଧି ତେଜ ପ୍ରାପ୍ତି ସହ ଖଡିଛୁଆଁ ପାଠ ହୁଏ ପୃଷ୍ଟି ।।

ସାତ୍ତ୍ଵିକ ଭୋଜନ ଉତ୍ତମ ସ୍ବଭାବ ଆଦରିବା ଏହି ଦିନ

ସମାଜ ସୁଧାର ଆସିଗଲେ ନିଶ୍ଚେ ମାଆଙ୍କ ବଢିବ ମାନ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract