ନୂଆ ନୂଆ କଥା ଶିଖିବା ଆସ
ନୂଆ ନୂଆ କଥା ଶିଖିବା ଆସ
ନୂଆ ନୂଆ କଥା ଶିଖିବା ଆସ,
ଶିକ୍ଷାରେ କରିବା ଦେଶ ବିକାଶ ।
ଖବରକାଗଜ ନିତି ପଢିବା,
ଦେଶ ବିଦେଶର କଥା ଜାଣିବା।
ପାଠ ପଢି ଆମେ ମଣିଷ ହେବା,
ବାପା ମା'ଙ୍କ ନାମ ଉଚ୍ଚା କରିବା।
ଜଟିଳ ପ୍ରଶ୍ନର କରି ସମାଧାନ,
ନୂଆ କଥା ଶିଖି ହେବା ବିଦ୍ବାନ।
ପାଠ ଯୋଗୁଁ ଜ୍ଞାନ ବିଜ୍ଞାନ ବଢେ,
ସରସ ସୁନ୍ଦର ସମାଜ ଗଢେ।
ବିଜ୍ଞାନ ସମ୍ମତ କରି ବିଶ୍ୱାସ,
କୁସଂସ୍କାର କୁ ଆମେ କରିବା ନାଶ।
ନୂଆ କୌଶଳ କରି ଉଦ୍ଭାବନ,
ସୁଗମ କରିବା ଜନ ଜୀବନ।
ଶିକ୍ଷିତ ହୋଇଲେ ହୁଏ ବିକାଶ,
ଲୋକଙ୍କ ଜୀବନ ହେବ ସରସ।
